Friday, March 29, 2024

Top 5 This Week

Related Posts

ରାୟଗଡ଼ା ସହର ରେ ଜନ ସାଧାରଣ ଙ୍କ ଚିନ୍ତା ବଡ଼ାଉଛି ଚୋରି ଓ ଡ଼କାୟତି ଘଟଣା

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୩୦/୦୧) : ରାୟଗଡ଼ା ସହର ରେ ଦିନକୁ ଦିନ ବୃଦ୍ଧି ପାଉଥିବା ଚୋରି ଓ ଡ଼କାୟତି ଘଟଣା ଲୋକଙ୍କ ନିଦ ହଜାଇ ଦେଇଛି ।

ରାୟଗଡ଼ା ସହର ରେ ଜନ ସାଧାରଣ ଙ୍କ ଚିନ୍ତା ବଡ଼ାଉଛି ଚୋରି ଓ ଡ଼କାୟତି ଘଟଣା ଘୁଟୁଥିବା ଦେଖିବାକୁ ମିଳୁଛି । ଯାହାଦ୍ଵାରା କି ଲୋକେ ଚିନ୍ତିତ ଭୟଭୀତ ଏବଂ ଆତଙ୍କିତ ଅବସ୍ଥାରେ ରହୁଛନ୍ତି । କୌଣସି ଜରୁରୀ କାମରେ ବାହାର କୁ ଯାଇ ଆସିଲା ବେଳକୁ ଦୁର୍ବୃତ୍ତ ମାନେ ତାଲା ତାଡି ଘରରେ ଥିବା ସୁନା ରୂପା ଟଙ୍କା ନେଇ ଯାଉଥିବା ବେଳେ, ହ୍ୟାଣ୍ଡଲ ଚାବି ଦେଇ ଘରେ ରଖୁଥିବା ବାଇକ ଗୁଡାକ ମଧ୍ୟ ନେଇ ଯାଉଛନ୍ତି । ଏହିଭଳି ଅନେକ ଘଟଣା ପ୍ରତ୍ୟେକ ଦିନ ଘଟୁଛି ଯାହାଦ୍ଵାରା ଲୋକେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି । ଦୈନନ୍ଦିନ ଜୀବନରେ ଯାତାୟତ ନିମନ୍ତେ ବାଇକ ଅତି ଜରୁରି ହୋଇଥିବା ସ୍ଥଳେ, ବର୍ତ୍ତମାନ୍ ବାଇକ୍ ଚୋରି ପ୍ରତ୍ୟେକ ଦିନ ହେଉଛି ବୋଲି ଅଭିଯୋଗ ହୋଇଛି ।

ଏହିଭଳି ଏକ ଘଟଣା ଘଟିଛି ରାୟଗଡ଼ା ସହର ଟ୍ରେଜେରି ନିକଟରେ ଥିବା k. ସନ୍ତୋଷ ନାମକ ବ୍ୟବସାୟୀ ଙ୍କ ଘରେ । ପ୍ରତ୍ୟେକ ଦିନ ଭଳି k.ସନ୍ତୋଷ ନିଜ ଦୋକାନ ବନ୍ଦ କରି ଶନିବାର ଦିନ ରାତି ୧୦.୩୦କୁ ନିଜ ଘରକୁ ଯାଇଥିଲେ । ଭୀଷଣ ଜ୍ଵର ହେଉଥିବା କାରଣ ରୁ ସନ୍ତୋଷ ନିଜ କବାଟରେ ତାଲା ପକାଇ ଗାଡ଼ି ଚାବି ଗାଡ଼ିରେ ଲଗାଇ ଛାଡ଼ିଦେଇ ସୋଇ ଯାଇଥିଲେ । ସକାଳୁ ସକାଳୁ ଘରେ କାମ କରୁଥିବା ସ୍ତ୍ରୀ ଲୋକ ଜଣକ ‘ସନ୍ତାଷ’ ଙ୍କୁ ବାଇକ ବିଷୟରେ ପଚାରି ବୁଝେ ତ ତାଙ୍କ ଘରେ ବାଇକ ନାହିଁ । ଦୁଃଖରେ ଭାଙ୍ଗିପଡ଼ି k.ସନ୍ତୋଷ ସ୍ଥାନୀୟ ପୁଲିସ୍ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।

ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ଆଗକୁ ତଦନ୍ତ ଜାରି ରହିବ ବୋଲି ସାନ୍ତ୍ଵନା ଦେଇଛନ୍ତି । ଏହିଭଳି ଘଟଣା ବାରମ୍ବାର ଘଟୁଥିବା ଯୋଗୁଁ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖା ଦେଇଛି ଏବଂ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ ଏବଂ ଗାଡ଼ି ନମ୍ବର ପ୍ଲେଟ ହାଇ- ସିକ୍ୟୁରିଟି ନମ୍ବର ପ୍ଲେଟ ନ ଥିଲେ ଚାଲାଣ କାଟୁଥିବା ବେଳେ ଏହିଭଳି ଚୋରି ଘଟଣା ଗୁଡ଼ିକ କାହିଁକି କଡ଼ା ପଦକ୍ଷେପ ଗ୍ରହଣ କରାଯାଇ ପାରୁନି ବୋଲି ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି ।

Popular Articles