ସଡକ ଦୁର୍ଘଟଣାରେ ଜଣକର ମୃତ୍ୟୁ, ଅନ୍ୟ ଜଣେ ଆହତ

ରିପୋର୍ଟ: ଧ୍ରୁବରାଜ ମିଶ୍ର ||
ବିନିକା (୧୫/୦୧): ବିନିକା – ରାମପୁର ମୁଖ୍ୟ ରାସ୍ତାର କମିରା ଛକ ନିକଟରେ ଥିବା ମୁରାମରି ଜୋର ପୋଲ ବାଡ଼ରେ ବାଇକ ଧକ୍କା ହେବାରୁ ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଆହତ ହୋଇଛନ୍ତି |

ବିନିକା ଥାନା ଅନ୍ତଗତ ବରପଦର ଗାଁର ଗୋପୀନାଥ ସେଠୀ (୨୩) ଓ ବିରେନ ସେଠି (୨୫) ଉଭୟେ ଏକ ବାଇକ ଯୋଗେ ଖଇର ମାଳ ମକର ଯାତ୍ର। ଦେଖି ରାମପୁର ପଟକୁ ଯାଉଥିବାବେଳେ ଉକ୍ତ ବାଇକଟି ଭାରସାମ୍ୟ ହରାଇ ପୋଲ ବାଡ଼ରେ ପିଟି ହୋଇଥିଲା । ଏଥିରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଦମକଳ ଓ ଆମ୍ବୁଲାନ୍ସ ଯୋଗେ ବିନିକା ଡାକ୍ତରଖାନକୁ ନିଆଯାଇଥିଲା । ଡାକ୍ତର ଦେଖି ଗୋପୀନାଥକୁ ମୃତ ଘୋଷଣା କରିଥିବାବେଳେ ବିରେନକୁ ବୁର୍ଲା ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଛି ।

Comments are closed.