Friday, March 29, 2024

Top 5 This Week

Related Posts

ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତିଙ୍କ କଲ୍ୟାଣସିଂହପୁର ବ୍ଲକ ଗ୍ରସ୍ତ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୯/୦୧) : ଓଡିଶା ପ୍ରଦେଶ ବିଜେପି ଯୁବ ମୋର୍ଚ୍ଚା ସଭାପତି ଶ୍ରୀ ଇରାସିଶ୍ ଆଚାର୍ଯ୍ୟ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଗ୍ରସ୍ତରେ ଆସିଥିଲେ ।

ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତିଙ୍କ କଲ୍ୟାଣସିଂହପୁର ବ୍ଲକ ଗ୍ରସ୍ତ । ଏହି ପରିପ୍ରେକ୍ଷୀରେ ତାଙ୍କୁ ସ୍ଥାନୀୟ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ମାନେ ପ୍ରଥମେ ବୁଡାଗୁଡ଼ା ଗ୍ରାମରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ । ବୁଡାଗୁଡ଼ା ଗ୍ରାମର ପ୍ରମୁଖ ଦାନୁ କାଡ୍ରାକା, ବରିଷ୍ଠ ବିଜେପି କର୍ମୀ ସଞ୍ଜୀବ ରାଓ ରତ୍ନାଲୁ, ଏସ୍ ସି ମୋର୍ଚ୍ଚା କଲ୍ୟାଣସିଂହପୁର ମଣ୍ଡଳ ସଭାପତି ସନ୍ତୋଷ କୁମାର ବଛା, ପ୍ରସାଦ ପ୍ରାସ୍କା, ଗଙ୍ଗାରାଓ ପ୍ରାସ୍କା ଗୋବିନ୍ଦ ହିକକା, ବନ୍ଧୁ ହିକକା ପ୍ରମୁଖ ଉପସ୍ଥିତ ରହିଥିଲେ । ଏହାପରେ ନିକଟସ୍ଥ ସୀତାଲାମା ମନ୍ଦିରରେ ପୂଜାର୍ଚ୍ଚନା କରି କରପା ପଞ୍ଚାୟତରେ ପହଞ୍ଚିଥିଲେ ସେଠାରେ କଲ୍ୟାଣସିଂହପୁର ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ଅଜିତ୍ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଶତାଧିକ କର୍ମୀଙ୍କୁ ନେଇ ଏକ ସଭା ଆୟୋଜନ ହୋଇଥିଲା ।

ଏଥିରେ ରାଜ୍ୟ ଯୁବ ମୋର୍ଚ୍ଚା ସଭାପତିଙ୍କ ସହ ଭାଜପା ରାଷ୍ଟ୍ରୀୟ ଜନଜାତି ମୋର୍ଚ୍ଚା ସାଧାରଣ ସମ୍ପାଦକ କାଳୀରାମ୍ ମାଝୀ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ନୀଳାଦ୍ରି ବିହାରୀ ପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ କୃଷ୍ଣ ସାମଲ କଲ୍ୟାଣସିଂହପୁର ଖ ଜନ୍ ଯୁବ ମୋର୍ଚ୍ଚା ସଭାପତି ଦିଲିପ୍ ମିଣିଆକା, କରପା ପଞ୍ଚାୟତ ସରପଞ୍ଚ ଓ ସମିତି ସଭ୍ୟ ମଞ୍ଚାସିନ ରହିଥିଲେ ଏଥିରେ ଉପସ୍ଥିତ ଅତିଥି ମାନେ କର୍ମକର୍ତ୍ତା ଙ୍କୁ ଭାରତୀୟ ଜନତା ପାର୍ଟିର ନୀତି ଆଦର୍ଶ ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଗୁଡିକ ବାବଦରେ ବୁଝାଇଥିଲେ ।

ରାଜ୍ୟ ସରକାର ଏହାକୁ କିପରି ନିଜ ଦଳ ପାଇଁ କାମରେ ଲଗାଇ ଲୋକଙ୍କୁ ନିଜ ଆୟତ ରେ ବନାଇ ଦୀର୍ଘ ଦିନ ଧରି ଶାସନରେ ରହି ଆସିଛି ଏ ସଂକ୍ରାନ୍ତରେ ସଚେତନ କରିଥିଲେ ଏହି ବୈଠକକୁ ଏସ ସି ମୋର୍ଚ୍ଚା ସଭାପତି ସନ୍ତୋଷ କୁମାର ବଛା ଓ ନିରଞ୍ଜନ ମହାନନ୍ଦିଆ ମଞ୍ଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବିଜେପି ର ସମସ୍ତ କର୍ମୀ ଉପସ୍ଥିତ ରହିଥିଲେ ।

Popular Articles