କତିଙ୍ଗିଆ କମାଳବନ ଏବଂ ବାଉଡ଼ି ପାହାଡ ଉପରେ ମକର ମେଳା ପାଳିତ

ରିପୋର୍ଟ: ଜଗଦୀଶ ଦାସ ||
ଜି. ଉଦୟଗିରି(୧୫/୦୧): ଜି. ଉଦୟଗିରି ବ୍ଲକ ଅନ୍ତର୍ଗତ କତୀଙ୍ଗିଆ କମାଳବନରେ ଧର୍ମଗୁରୁ ସୁଦୟା ଆବାଙ୍କ ଆବାହାନରେ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ମକର ସଂକ୍ରାନ୍ତି ଅବସରରେ ମକର ମେଳା ଅନୁଷ୍ଠିତ ହୋଇଯାଇଛି।

ଏହି ମେଳାରେ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥିଲେ। ଭକ୍ତ ମାନେ ଆନନ୍ଦ ଉଲ୍ଲାସର ସହ ମକର ସଂକ୍ରାନ୍ତି ମେଳା ପାଳନ କରିଥିଲେ। ଠିକ୍ ସେହିପରି ଗ୍ରେସୀଙ୍ଗିଆ ପଞ୍ଚାୟତ ବାଉଡି ଗ୍ରାମରେ ପାହାଡ ଉପରେ ଅବସ୍ଥିତ ଶିବ ମନ୍ଦିର ମଠରେ ମଧ୍ୟ ବହୁ ଭକ୍ତଙ୍କ ଉପସ୍ଥିତିରେ ମକର ମେଳା ପାଳିତ ହୋଇଯାଇଛି। କମଳ ବନ ରେ ପୂଜାର୍ଚ୍ଚନା ସହ ପ୍ରବଚନ ପାଠ କରାଯାଇଥିବାବେଳେ ଗତକାଲି ଅପରାହ୍ନରେ କଳସ ଯାତ୍ରା କରାଯାଇ ଆଜି ବାଉଡୀ ଶିବ ମନ୍ଦିର ମଠରେ ଅଷ୍ଟ ପ୍ରହର ନାମ ଯଜ୍ଞ ଆୟୋଜିତ କରାଯାଇଥିଲା।ଉଭୟ ମେଳାରେ ବିଭିନ୍ନ ପ୍ରକାରର ଦୋକାନ ପସରା ଖୋଲାଯାଇଥିବା ବେଳେ ଲୋକମାନେ ଖାସକରି ଛୋଟ ଛୋଟ ପିଲାମାନେ ମଜା ଉଠାଇଥିଲେ।

Comments are closed.