ବ୍ରାହ୍ମଣ ସମିତିର ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ

ରିପୋର୍ଟ: ଜଗଦୀଶ ଦାସ ||
ଜି.ଉଦୟଗିରି(୧୫/୦୧): ମକର ସଂକ୍ରାନ୍ତୀ ଅବସରରେ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଜି.ଉଦୟଗିରି ବ୍ରାହ୍ମଣ ସମିତିର ସଭାପତି ବିନୋଦ ବିହାରୀ ଦାସଙ୍କ ସଭାପତିତ୍ବରେ ସ୍ଥାନୀୟ ଧବଳେଶ୍ବର ମନ୍ଦିର ପରିସରରେ ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।

ବ୍ରାହ୍ମଣ ସମିତିର ବରିଷ୍ଠ ସଭ୍ୟ ଡା.ପ୍ରଶନ୍ନ କୁମାର ତ୍ରୀପାଠୀ ପ୍ରଦୀପ ପ୍ରଜ୍ଜ୍ବଳନ କଲାପରେ “ଓଁ”କାର ଧ୍ବନି ଓ “ଗାୟତ୍ରୀ”ମନ୍ତ୍ର ପାଠ କରାଯାଇ କାଯ୍ର୍ୟକ୍ରମ ଆରମ୍ଭ କରାଯାଇଥିଲା।ଜି.ଉଦୟଗିରି ବ୍ରାହ୍ମଣ ସମାଜର ବରିଷ୍ଠ ସଭ୍ୟ ଡା.ପ୍ରଶନ୍ନ କୁମାର ତ୍ରୀପାଠୀ,ପୁରୋହିତ ସୂର୍ଯ୍ୟ ନାରାୟଣ ଆଚାର୍ଯ୍ୟ,ପୁରୋହିତ ମନୋରଞ୍ଜନ ପତୀ,ସମିତିର ସଂପାଦକ ବଟକୃଷ୍ଣ ଦାଶ ପ୍ରମୁଖ ବ୍ରାହ୍ମଣ ସମାଜର କିପରି ଉନ୍ନତି ହୋଇ ପାରିବ ସେ ବିଷୟରେ ଆଲୋକପାତ କରିଥିଲେ।ଆଜିର କାଯ୍ର୍ୟକ୍ରମରେ ସର୍ବ ସମ୍ମତି କ୍ରମେ ଜି.ଉଦୟଗିରି ବ୍ରାହ୍ମଣ ସମାଜ ତରଫରୁ ଆସନ୍ତା ୦୧.୦୨.୨୦ ତାରିଖ ଠାରୁ ୦୯.୦୨.୨୦ ତାରିଖ ପର୍ଯ୍ୟନ୍ତ” ରାମ ଚରିତ ମାନସ ” ସ୍ଥାନୀୟ ଆନନ୍ଦେଶ୍ବର ମନ୍ଦିର ପ୍ରାଙ୍ଗଣରେ କରାଯିବାକୁ ସ୍ଥିର କରାଗଲା। ଏଣୁ ସମାଜର ସମସ୍ତ ସଭ୍ୟ ଉକ୍ତ କାଯ୍ର୍ୟକ୍ରମରେ ସହଯୋଗ କରିବାକୁ ନିଷ୍ପତ୍ତି ନିଆଗଲା।ଶେଷରେ ବ୍ରାହ୍ମଣ ସମାଜର ସହ ସଂପାଦକ ସନ୍ତୋଷ କୁମାର ଆଚାର୍ଯ୍ୟ ଧନ୍ୟବାଦ ଅପଣ କରି କାର୍ଯ୍ୟକ୍ରମ ସାଙ୍ଗ କରିଥିଲେ।ପ୍ରସାଦ ସେବନ କରି ସମସ୍ତେ ଫେରିଥିଲେ।

Comments are closed.