ପାଇକମାଲ ବିଜେପି ମଣ୍ଡଳ ସ୍ତରୀୟ ବୈଠକ

ରିପୋର୍ଟ: ନିରୋଜ ପାଣି ||
ପାଇକମାଳ(୧୩/୧): ପାଇକମାଳ ବିଜେପି ମଣ୍ଡଳ ସ୍ତରୀୟ ବୈଠକ ବିଜେପି ମଣ୍ଡଳ ସଭାପତି କୈଳାସ ଦିଶୀଙ୍କ ସଭାପତିତ୍ବରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।

ସଭାର ମଣ୍ତଳର କାର୍ଯ୍ୟପନ୍ଥା ଉପରେ ଆଲୋଚନା ସହ ସି ଏ ଏ ପାଇଁ ମଣ୍ତଳ ଅଞ୍ଚଳରେ ଜନ ସମର୍ଥନ ହାସଲ ନିମନ୍ତେ ପ୍ରସ୍ତୁତି କାର୍ଯ୍ଯସୂଚୀ ଗ୍ରହଣ କରାଯାଇଛି । ଏହି ସଭାରେ ପାଇକମାଳ ମଣ୍ତଳ ପ୍ରଭାରୀ ଡା ଲମ୍ବୋଦର ପଣ୍ଡା, ମାଣ୍ଡୋସିଲ ପ୍ରଭାରୀ ସରୋଜ ସାମଲ, ରାଜୁ ପଟେଲ, ଶଶିଧର ସାହୁ, ଶୁକଦେବ ପ୍ରଧାନ, ଡୋଲାମଣି ବଢେଇ,ଧନମାଳି ଚନ୍ଦନ, ଫକୀର ଭୋଇ ପ୍ରମୁଖ ଯୋଗ ଦେଇଥିଲେ। ସଭା ଶେଷରେ ଯୋଗୀ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.