Friday, March 29, 2024

Top 5 This Week

Related Posts

ଅନୈତିକ ପ୍ରେମ ସମ୍ପର୍କ : ମାଉସୀ ଓ ପୁତୁରା ମିଶି ହତ୍ୟା କରି ପୋଡ଼ି ଦେଲେ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ସଇଁତଳା, (୨୮/୦୧) : ଅନୈତିକ ପ୍ରେମ ସମ୍ପର୍କ, ମାଉସୀ ଓ ପୁତୁରା ମିଶି ହତ୍ୟା କରି ପୋଡ଼ି ଦେଲେ । ପ୍ରେମ କେତେବେଳେ କାହାକୁ ହୁଏ ତାହା କହି ହୁଏ ନାହିଁ । ପ୍ରେମରେ ନଥାଏ ବୟସ ସୀମା ନଥାଏ ଜାତି ଭେଦ ।

ଅନୈତିକ ପ୍ରେମ ସମ୍ପର୍କ । ଧୀରେ ଧୀରେ ପ୍ରେମ ବଢ଼ିବାରେ ଲାଗିଥାଏ ତେଣୁ କେତେବେଳେ ସେହି ପ୍ରେମ କଣ୍ଟା ପାଲଟି ଯାଏ, ତାହା ମଧ୍ୟ କାହାକୁ ଜଣା ନଥାଏ । ଯୁଗ ବଦଳିବା ସାଙ୍ଗକୁ ବଦଳି ଯାଇଛି ସମ୍ପର୍କ । ତେବେ ବୋହୂର ପ୍ରେମରେ କଣ୍ଟା ସାଜିଲା ଶାଶୁ । ଶେଷରେ ମାଉସୀ ଓ ପୁତୁରା ମିଳିମିଶି ହତ୍ୟା କରି ଜଙ୍ଗଲରେ ଜାଳି ଦେଇଥିଲେ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା ଗତ ମଙ୍ଗଳବାର ଦିନ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକରେ । ହତ୍ୟା ଘଟଣାକୁ ନେଇ ଆଜି ବଲାଙ୍ଗିର ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ପୀଡିତାଙ୍କୁ ହତ୍ୟା କରି ଜାଳି ଦେଇଥିବା ଅଭିଯୁକ୍ତ ମାନଙ୍କୁ ଜଙ୍ଗଲକୁ ନେଇ ସିନ୍‌ ରିକ୍ରିଏସନ୍‌ କରିଛି ସଇଁନ୍ତଲା ପୁଲିସ । କିଭଳି ଭାବେ ମାଉସୀ ଓ ପୁତୁରା ମିଳିମିଶି ହତ୍ୟା କଲେ ତାହା ବଖାଣିଥିଲା ଜଣେ ଅଭିଯୁକ୍ତ । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଟିଟିଲାଗଡ଼ ଏସ୍‌ଡିପିଓ ଅଙ୍କିତା କୁମ୍ଭାର ।

ସୂଚନା ମତେ ଠୁରୁନିକାନୀ ଗାଁ’ର ହରି ରଣାଙ୍କ ପତ୍ନୀ ନିରୁପମା ରଣା (୩୦) ଙ୍କ ବାହାଘରର ଦୀର୍ଘ ବର୍ଷ ପରେ ମଧ୍ୟ ସନ୍ତାନ ,ସନ୍ତତି ହୋଇନଥିଲେ । ଏହା ଫଳରେ ପରିବାର ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଉଥିଲା । ଘରେ ସନ୍ତାନ ଟିଏ ନଥିବା ଯୋଗୁଁ ଚିନ୍ତାରେ ପରିବାର ଲୋକେ ଭାଙ୍ଗି ପଡିଥିଲେ । ସନ୍ତାନ ପାଇବା ଆଶାରେ ତୁଷୁରା ଥାନା ତରସୁଗୁଡା ଗାଁ’ର ତାରିଣୀ ଦେବୀଙ୍କ ପୂଜକ ଜଗନ୍ନାଥ ରଣାଙ୍କ ପାଖକୁ ଯାଇ କିଛି ବର୍ଷ ତଳେ ପୂଜାର୍ଚ୍ଚନା ମଧ୍ୟ କରିଥିଲେ । ହେଲେ କୌଣସି ପ୍ରକାରର ସୁଫଳ ମିଳିନଥିଲା କିନ୍ତୁ ପୂଜକର ପୁଅଙ୍କ ସହିତ ନିରୁପମାଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଧୀରେ ଧୀରେ ପ୍ରେମ ବଢ଼ିବାରେ ଲାଗିଥିଲା ।

ଏପରିକି ଦୁହିିଁଙ୍କ ଶାରୀରିକ ସମ୍ପର୍କ ମଧ୍ୟ ରହିଥିଲା ବୋଲି କୁହାଯାଇଛି । ଏ କଥା ଜାଣିବା ପରେ ବୋହୂଙ୍କ ପାଇଁ ଶାଶୁ କଣ୍ଟା ସାଜିଥିବା ବେଳେ ଜଙ୍ଗଲ ଭିତରେ ହତ୍ୟା କରି ଜାଳି ଦେଲେ ମାଉସୀ ଓ ପୁତୁରା । ଅଭିଯୁକ୍ତ ମାନେ ହେଲେ ତୁଷୁରା ଥାନା ତରସୁଗୁଡା ଗାଁର ଜଗନ୍ନାଥ ରଣାଙ୍କ ପୁଅ ଡୁଲେଶ୍ଵର ରଣା ଓରଫ୍‌ ରୁନୁ (୨୦) ଏବଂ ଠୁରୁନିକାନୀ ଗାଁ’ର ନିରୁପମା ରଣା (୩୦)ଙ୍କ ସହ ମିଳିମିଶି ରତନୀଙ୍କୁ ହତ୍ୟା କରିଥିବା ସ୍ୱୀକାର ମଧ୍ୟ କରିଛନ୍ତି ।ପ୍ରକାଶ ଥାଉକି ଯେ, ସଇଁତଲା ବ୍ଲକ ଘୁନସର ପଂଚାୟତ ଦେଢ଼େଲ ଜଙ୍ଗଲରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହକୁ ଗତ ମଙ୍ଗଳବାର ଦିନ ଉଦ୍ଧାର କରିଥିଲା ପୋଲିସ । ଜଙ୍ଗଲ ଭିତରେ ମହିଳାଙ୍କୁ ଜାଳି ଦେଇ ହତ୍ୟା କରାଯାଇଥିଲା ।

ଠୁରୁନିକାନୀ ଗାଁ’ର ମହିଳାଙ୍କ ନାମ ରତନୀ ରଣା (୫୫) ବୋଲି ଜଣାପଡିଥିଲା । ଖବର ପାଇବା ପରେ ଘଟଣା ସମ୍ପର୍କରେ ଟିଟିଲାଗଡ଼ ଏସ୍‌ଡିପିଓ ଅଙ୍କିତା କୁମ୍ଭାର, ସଇଁତଲା ଥାନା ଅଧିକାରୀ ଅବନି ସାହୁ, ଏଏସ୍‌ଆଇ ଥବୀର ମହାରଣାଙ୍କ ସମେତ ପୁଲିସ ପ୍ରଶାସନ ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଥିଲେ । ସକାଳୁ ରତନୀ ତାଙ୍କର କପା ବିଲକୁ ଯାଇଥିଲେ । ହେଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ନ ଫେରିବା ରୁ ପରିବାର ଲୋକେ ଖୋଜା, ଖୋଜି କରି କୌଣସି ଖବର ପାଇ ନ ଥିଲେ । ଗୋଟିଏ ଦିନ ପରେ ସକାଳୁ ସ୍ଥାନୀୟ ଜଙ୍ଗଲରୁ ତାଙ୍କର ଅର୍ଦ୍ଧଦଗ୍ଧ ମୃତଦେହକୁ ଦେଖି କିଛି କାଠୁରିଆ ପୁଲିସକୁ ଖବର ଦେଇଥିଲେ । ପରେ ପୁଲିସ ଆସି ତଦନ୍ତ ଆରମ୍ଭ କରିଥିଲା ।

Popular Articles