ରମାଇ ମହୋତ୍ସବ ପାଇଁ ଶୁଭସ୍ତମ୍ଭ ସ୍ଥାପନ

ରିପୋର୍ଟ: ବିମଳେନ୍ଦୁ ସାହୁ ||
ଲୋଇସିଂହା(୧୪/୦୧): ଲୋଇସିଂହା ବ୍ଲକ ବାଦୀଵାହାଲ ପଂଚାୟତ ଭାଲୁପାଲି ଗ୍ରାମରେ ଆସନ୍ତା ଏପ୍ରିଲ ମାସରେ ରମାଇ ମହୋତ୍ସବ ଅନୁଷ୍ଠିତ ହେବ ।

ଏହି ପରିପ୍ରେକ୍ଷୀରେ ଭାଲୁପାଲି ଗ୍ରାମବାସୀଙ୍କ ସହଯୋଗରେ ମହୋତ୍ସବ ଆୟୋଜକ କମିଟି ଓ ବାଦୀଵାହାଲ, ଯୋଗୀସର୍ଡ, ବୁଢ଼ୀପଦର, ବୁର୍ଡା, ପଟୁଆପାଲି, ରାଣୀସର୍ଦା, ହୀରାପୁର, ଲୋଇସିଂହା ତଥା ଆଖପାଖ ପଞ୍ଚାୟତରୁ ପ୍ରତିନିଧି ମଣ୍ଡଳୀ ରମାଇ ପାହାଡ଼ କ୍ଷେତ୍ର ପରିଦର୍ଶନ କରିଥିଲେ । ଏଥି ସହିତ ପାହାଡ଼ ଶିଖରରେ ଥିବା ରମାଇ ବାବାଙ୍କ ଠାରେ ପୂଜାର୍ଚନା ପୂର୍ବକ ଧ୍ବଜା ଆରୋହଣ କରାଯାଇ ଉତ୍ସବର ସଫଳତା କାମନା କରାଯାଇଥିଲା । ପରବର୍ତ୍ତୀ କାର୍ଯ୍ୟକ୍ରମ ଚଳିତ ମାସ ଶେସାର୍ଦ୍ଧ ସୁଦ୍ଧା ସ୍ଥାନୀୟ ବୁର୍ଡା ଡାକବଙ୍ଗଳା ଠାରେ ଆୟୋଜନ କରାଯିବ ବୋଲି ଆୟୋଜକ କମିଟିର ଆବାହକ ସରୋଜ ତ୍ରିପାଠୀ ସୂଚନା ଦେଇଛନ୍ତି ।

Comments are closed.