Friday, March 29, 2024

Top 5 This Week

Related Posts

ମୋବାଇଲ ସ୍କ୍ୱାଡ଼ ପକ୍ଷରୁ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଯାଜପୁର, (୨୯/୦୧) : ଯାଜପୁର ଜିଲ୍ଲା ମୋବାଇଲ ସ୍କ୍ୱାଡ଼ ପକ୍ଷରୁ ବେଣାପୁର ଓ ସୋଲେଇ ଛକରେ ଚଢ଼ାଉ । ଦୁଇ କ୍ୱିଣ୍ଟାଲ ଭାଙ୍ଗ,୧୧୫ ଲିଟର ମଦ ଜବତ, ୪ ଗିରଫ ।

ସୂଚନା ମୁତାବକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଅଧିକ୍ଷକ ଅମରେନ୍ଦ୍ର କୁମାର ଜେନାଙ୍କ ତତ୍ୱାବଧାନରେ ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାଡ଼ ଅଧିକାରୀ ସମୀର କୁମାର ମହାନ୍ତି ବେଣାପୁର ଛକରେ ଚଢ଼ାଉ କରିଥିଲେ । ଏହି ଚଢ଼ାଉ ସମୟରେ କଟକ ଅଞ୍ଚଳର ନିହାର ରଞ୍ଜନ କର ନାମକ ଜଣେ ବ୍ୟକ୍ତି ଏକ ବୋଲେରୋ ଗାଡ଼ିରେ ଭାଙ୍ଗ ନେଇକି ଆସୁଥିବା ଦେଖି ଗିରଫ କରିନେଇଥିଲେ । ସେହିପରି ସୋଲେଇ ଓ ଧୂଳିଗଡ଼ ଛକରେ ଚଢ଼ାଉ କରିଥିଲେ । ଏହି ଚଢ଼ାଉ ସମୟରେ ବାଇକ ଓ ସ୍କୁଟି ଗାଡ଼ିରେ ୩ ଜଣ ପୁରୁଷ ୧୧୫ ଲିଟର ଦେଶୀମଦ ନେଉଥିବା ବେଳେ ଉଭୟଙ୍କୁ ଗିରଫ କରିଥିଲେ । ଗିରଫ ଅଭିଯୁକ୍ତ ମାନେ ହେଲେ ତ୍ରିଜଙ୍ଗା କଲୋନୀର ଦୁଇଜଣ ଓ ମଧୁବନ ଅଞ୍ଚଳ ଜଣେ ବୋଲି ଜଣାପଡିଛି ।

Popular Articles