ପାତାଳୀ ମହୋତ୍ସବ ର ୭ମ ସନ୍ଧ୍ୟା ରେ ଗୀତିନାଟ୍ୟ ଓ ଦଣ୍ଡ ନୃତ୍ୟ କାର୍ଯ୍ୟକ୍ରମ

0
90
ପାତାଳୀ ମହୋତ୍ସବ

ରିପୋର୍ଟ : ରାଜେଶ କୁମାର ବାଘ
ଉଲୁଣ୍ଡା, (୨୮/୧) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ପାତାଳୀ କ୍ଷେତ୍ର କୋଟସମଲାଇ ଠାରେ ଚାଲିଥିବା ୧୮ ତମ ପାତାଳୀ ମହୋତ୍ସବ ର ଆଜି ୭ମ ତଥା ଶେଷ ସନ୍ଧ୍ୟା ।

ପାତାଳୀ ମହୋତ୍ସବ ର ୭ମ ସନ୍ଧ୍ୟା ରେ ଗୀତିନାଟ୍ୟ ଓ ଦଣ୍ଡ ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ । ଲେଖକ ତଥା ନାଟ୍ୟ ନିର୍ଦ୍ଦେଶକ ଭାସ୍କର ସେଠୀ ଙ୍କ ନିର୍ଦ୍ଦେଶନାରେ ଐତିହାସିକ ନାଟକ ପାତାଳୀ ଜଗନ୍ନାଥ ବା ଶ୍ରୀ କ୍ଷେତ୍ର ବିଜେ ଗୀତିନାଟ୍ୟ ମଞ୍ଚସ୍ଥ ହୋଇଥିଲା । ଏଥିରେ ଶୋଭନ ଦେବ ଭୂମିକାରେ ଦଶରଥ ମେଣ୍ଡିଲି, ବଡ଼ପଣ୍ଡା ରେ ଶରଦ କର୍ଣ୍ଣ, ମଧ୍ୟମା ପଣ୍ଡା ରେ ନରେନ୍ଦ୍ର ବାଘ, ସାନ ପଣ୍ଡା ରେ ଅଖୁଜ ଖୁର୍ଡିଆ, ଯଯାତି କେଶରୀ ରେ ଦାଶରଥୀ ସେଠୀ, ରକ୍ତବାହୁ ରେ ଲକ୍ଷିନ୍ଦ୍ର ବସ୍ତିଆ ଓ ବ୍ରାହ୍ମଣ ରେ ସୁବାଷ ବନଛୋର ଅଭିନୟ କରିଥିଲେ । ଏଥିରେ ବାଦ୍ୟଯନ୍ତ୍ର ରେ ଜାନକୀରାମ ଦେହେରୀ, ଚମରା ସେଠୀ, ପଞ୍ଚାନନ ମନ୍ତ୍ରା, ଅଚ୍ୟୁତ କୁରୁକୁରିଆ, ମନୋରଞ୍ଜନ ପାଢୀ ସହଯୋଗ କରିଥିଲେ । ତା’ପରେ ଓଡିଶା ର ପ୍ରସିଦ୍ଧ ଦଣ୍ଡ ସମ୍ରାଟ ରସିକ ସାହୁ ଙ୍କ ଦ୍ଵାରା ଦଣ୍ଡ ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଜି ଶ୍ରୀ ଜୀଉଙ୍କ ପାଖରେ ଏକ ଲକ୍ଷ ଏକ ଶହ ଆଠ ଆଳତୀ ଦିଆଯାଇଥିଲା ।