Wednesday, September 23, 2020
Home headline ନାଗରିକତା ସଂଶୋଧନ ଅଧିନିୟମ ସମ୍ପର୍କରେ ସଚେତନତା କର୍ମଶାଳା

ନାଗରିକତା ସଂଶୋଧନ ଅଧିନିୟମ ସମ୍ପର୍କରେ ସଚେତନତା କର୍ମଶାଳା

ରିପୋର୍ଟ: ଅମୁଲ୍ୟ ନିସଙ୍କ ||
ରାୟଗଡା (୧୩/୦୧): ନାଗରିକତା ସଂଶୋଧନ ଅଧିନିୟମ ସମ୍ପର୍କରେ ରାୟଗଡା ସହରର ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକଙ୍କ ଆଲୋଚନା ଚକ୍ର ଭାରତୀୟ ଜନତା ପାର୍ଟି ରାୟଗଡା ଶାଖା ତରଫରୁ ସ୍ଥାନୀୟ ହୋଟେଲ ତେଜସ୍ୱିରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ସହରର ବହୁ ବୁଦ୍ଧିଜୀବୀ ଓକିଲ ବରିଷ୍ଠ ନାଗରିକ ଯୋଗ ଦେଇ ନିଜ ନିଜର ମତ ରଖିଥିଲେ |

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବି ଜେ ପି ମେଡ଼ିଆ ସେଲର ମୁଖ୍ୟ ଶ୍ରୀ ଗୋଲକ ମହାପାତ୍ର ଯୋଗଦେଇଥିଲେ | ନାଗରିକ ସଂଶୋଧନ ଆଇନ ବିଷୟରେ ଉପସ୍ଥିତ ବୁଦ୍ଧିଜୀବୀ ତଥା ବରିଷ୍ଠ ନାଗରିକଙ୍କୁ ଉଦବୋଧନ ଦେଇ ମହାପାତ୍ର କହିଲେ ଯଦି ଦେଶର ବିଭାଜନ ଧାର୍ମିକ ଆଧାରରେ ହୋଇ ନ ଥାନ୍ତା ତାହାହେଲେ ନାଗରିକତା ସଂଶୋଧନ ଆଇନ ୨୦୧୯ର ଅବଶ୍ୟକତା ପଡ଼ି ନ ଥାନ୍ତା | ସେ ପୁଣି କହିଲେ କଂଗ୍ରେସର ନୀତିର କାରଣ ପାଇଁ ହିଁ ଦେଶର ବିଭାଜନ ଧର୍ମ ଆଧାରରେ ହୋଇଥିଲା | ୧୯୫୦ରେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଯବହାର ଲାଲ ନେହେରୁ ଓ ପାକିସ୍ତାନର ଲିଆକତ ଅଲ୍ଲୀ ଖାନଙ୍କ ମଧ୍ୟରେ ହୋଇଥିବା ଚୁକ୍ତି ଅନୁସାରେ ଦୁଇ ଦେଶରେ ରହୁଥିବା ଅଳ୍ପ ସଂକ୍ଷକ ମାନଂକୁ ସରକାର ସୁରକ୍ଷା ଦେଵା ସେମାନଙ୍କର ନିଜର ଧର୍ମ ପାଳନ ପାଇଁ ସ୍ୱତନ୍ତ୍ର ଅଧିକାର ରହିବ କିନ୍ତୁ ପାକିସ୍ତାନ ଏହି ଚୁକ୍ତିକୁ କାର୍ଯ୍ୟକାରୀ କଲା ନାହିଁ | ୧୯୪୭ରେ ପାକିସ୍ତାନରେ ସଂଖ୍ୟା ଲଘୁ ମାନଙ୍କ ସଂଖ୍ୟା ମାତ୍ର ୨୩ ପ୍ରତିଶତ ଥିଲା ଯାହା ୨୦୧୧ ରେ ମାତ୍ର ୩ .୭ ପ୍ରତିଶତ କୁ ଖସି ଆଶୀଥିଲା |

ଏଥିପାଇଁ ପାକିସ୍ତାନ ଆଫଗାନିସ୍ତାନ ଓ ବାଂଲାଦେଶରେ ରହୁଥିବା ଧାର୍ମିକ ଆଧାରରେ ପ୍ରତାରିତ ହୋଇଥିବା ଅଳ୍ପ ସଂକ୍ଷକ ହିନ୍ଦୁ ବୌଦ୍ଧ ଶିକ୍ଷ ଜୈନ ପାର୍ସୀ ଖ୍ରୀଷ୍ଟିଆନ ମାନଙ୍କର ସ୍ୱାର୍ଥ ରକ୍ଷା ପାଇଁ ଏହି ନାଗରିକତା ସଂଶୋଧନ ଆଇନ ୨୦୧୯ ଅଣାଯାଇଛି | ପ୍ରଧାନମନ୍ତ୍ରୀ ମୋଦି ସଫଳତାର ସହ ଗୋଟିଏ ପରେ ଗୋଟିଏ ବିଲ ପାସ କରି ନିଜର ଲୋକପ୍ରିୟତା ବୃଦ୍ଧି କରିଥିବାରୁ ବିରୋଧୀ କଂଗ୍ରେସ ଓ ବାମ ପନ୍ଥୀ ଦଳ କୁତ୍ସାରଟନା କରୁଛି ବୋଲି ଶ୍ରୀ ମହାପାତ୍ର କହିଥିଲେ | ଆଜିର ଏହି କାର୍ଯ୍ୟକ୍ରମରେ ରାୟଗଡା ବି ଜେପି ସଭାପତି ଶିବ ପଟ୍ଟନାୟକ, ପୂର୍ବତନ ବି ଜେ ପି ସଭାପତି ଶିବ ଉଲାକା, ଏସ ଟି ସେଲର କଳିରାମ ମାଝୀ, ବସନ୍ତ ଉଲାକା ରାୟଗଡା ମହିଳା ମହାବିଦ୍ୟାଳୟର ପୂର୍ବତନ ଅଧକ୍ଷ କୃପାସିନ୍ଧୁ ପାଣିଗ୍ରାହୀ ମଞ୍ଚାସିନ ରହିଥିଲେ | ବିଜେପି ମହିଳା ସଭାନେତ୍ରୀ ମଇନା ଆଚାର୍ଯ୍ୟ ଉପସ୍ଥିତ ରହିଥିଲେ | ଶିବ କିଶୋର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ|

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଅବ୍ୟବସ୍ଥାରେ ଯାତ୍ରୀ ବିଶ୍ରାମ ଗାର , କଲ୍ୟାଣସିଂହପୁର

ରିପୋର୍ଟ ଅକ୍ଷୟ କୁମାର ପିଡ଼ିସିକା // କଲ୍ୟାଣ ସିଂହପୁର ୨୩/ ୯): ରାୟଗଡା ଜିଲ୍ଲା କଲ୍ୟାଣସିଂପୁର ବ୍ଳକ ଅନ୍ତର୍ଗତ ବୁଡ଼ାଗୁଡା ଗ୍ରାମ ପଞ୍ଚାୟତ କୁମ୍ବାର ଗୁଡା ଛକଠାରେ ଥିବା ଯାତ୍ରୀ ବିଶ୍ରାମ ଗାର ଅବ୍ୟବସ୍ଥା...

ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଧାରଣା

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର,ତା ୨୩ ୵ ୯ ୵ ୨୦):ପଦ୍ମପୁର ଉପଖଣ୍ଡ ରାଜଵୋରାସମ୍ବର କୃଷକ ସଙ୍ଗଠନ ପକ୍ଷରୁ ଆଜି ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଛି। ପାଇକମାଲ ବ୍ଲକ...

ବାପା ମାଙ୍କ ମୃତ୍ୟୁ ପରେ ଏକ ମାତ୍ର ପୁଅ ସୁଶାନ୍ତ ବର୍ତ୍ତମାନ ଅସାଧ୍ୟ ରୋଗରେ

ରିପୋର୍ଟ: ରାକେଶ ମହାରଣା // ଖଲିକୋଟ (୨୧/୦୯): ସୁଶାନ୍ତ ସ୍ୱାଇଁ, ଜଣେ ଶାନ୍ତଶିଳ ମଣିଷ | ବାପା ମାଙ୍କ ମୁର୍ତ୍ୟୁ ପରେ ବଂଶ ରକ୍ଷା ଦାୟିତ୍ୱ ତାଙ୍କ ଉପରେ |ଘରର ଏକୋଇର ବୋଳା ସୁଶାନ୍ତ,...

ସରକାରୀ ଜମି ଜବର ଦଖଲ ଏବଂ ଅଭିଯୋଗକାରୀଙ୍କୁ ନାଲି ଆଖି, ପ୍ରଶାସନ ଚୁପ

ରିପୋର୍ଟ - ନିରୋଜ କୁମାର ପାଣୀ // ପଦ୍ମପୁର,ତା୨୨ ୵ ୯୵ ୨୦୨୦): ପଦ୍ମପୁର ଉପଖଣ୍ତ ସଦରମହକୁମା ଏନ.ଏ.ସି ଅଧିନସ୍ଥ ବ୍ରାହ୍ମଣୀ ବନ୍ଧ ବହୁ ଦିନ ଧରି ଜରାଯିର୍ଣ ଅବସ୍ଥାରେ ପଡିଥିବା ବେଳେ ବର୍ତମାନ...

Recent Comments

%d bloggers like this: