ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ସିକରପାଇ ଗ୍ରାମ ପଞ୍ଚାୟତ ଠାରେ ଅନୁଷ୍ଠିତ

ରିପୋର୍ଟ: ଅକ୍ଷୟ କୁମାର ପିଡ଼ିସିକା ||
କଲ୍ୟାଣସିଂହପୁର ତା ୧୩/୧: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସିକରପାଇ ଗ୍ରାମ ପଞ୍ଚାୟତ ସଦର ମହକୁମାର ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଠାରେ ପଲ୍ଲୀ ରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |

ଏହି ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମରେ ସିକରପାଇ ଗ୍ରାମ ପଞ୍ଚାୟତର ପ୍ରତ୍ୟେକ ଗ୍ରାମର ଗ୍ରାମବାସୀ ଉପସ୍ଥିତ ଥିବା ବେଳେ ସିକରପାଇ ଏ ଅଙ୍ଗନୱାଡି କେନ୍ଦ୍ର,ସିକରପାଇ ସି ଓ ବିରିଡା ଅଙ୍ଗନ ୱାଡି କେନ୍ଦ୍ର କୁ ୧୩୯ଗୋଟି ଚ୍ୟାର ଟେବୁଲ ଦେଇଥିବା ବେଳେ ମୋଟ ୨୨ଗୋଟି ଗୋଷ୍ଠୀ ଆବେଦନ ପତ୍ର ୪ ଗୋଟି ବ୍ୟକ୍ତି ଗତ ଗୋଟିଏ ଆର୍ଥିକ ସହାୟତା ଓ ୧୪ ଗୋଟି ଭତ୍ତା ଆବେଦନ ଗ୍ରହଣ କରିଥିଲେ | ଏବଂ ତିନି ଗୋଟି ଅଙ୍ଗନ ୱାଡ଼ି କେନ୍ଦ୍ର ଯଥା ବିରିଡା,ସିକରପାଇ ଏ ଓ ସିକରପାଇ ସି କେନ୍ଦ୍ର କୁ ରନ୍ଧନ ଗ୍ୟାସ ପ୍ରଦାନ କରିଥିଲେ | ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ତହସିଲଦାର ଶ୍ରୀ ସହଦେବ କୂଟରୁକା ଉପସ୍ଥିତ ଥିବା ବେଳେ ସମ୍ମାନୀୟ ଅତିଥି ରୂପେ ବ୍ଳକ ଅଧ୍ୟକ୍ଷ ଶ୍ରୀ ଯୋଗେନ୍ଦ୍ର ୱାଡାକା , ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭଗବାନ ଗୌଡ଼,ଏମ ଆଇ ସୁବ୍ରତ ସାମନ୍ତରାୟ ଓ ବିଭିନ୍ନ ସରକାରୀ ଡିପାର୍ଟ ମେଣ୍ଟର କର୍ମଚାରୀ ଯୋଗ ଦେଇଥିବା ବେଳେ ସିକରପାଇ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତି ଅମ୍ବିକା ସାରାକା ସଭାପତିତ୍ବ କରି ଉପସ୍ଥିତ ଭଦ୍ରବ୍ୟକ୍ତି ଓ ଜନ ସାଧାରଣଙ୍କୁ ସ୍ବାଗତ ଜଣାଇଥିଲେ ଏବଂ ସଭା ଶେଷରେ ଧନ୍ୟବାଦ ଜଣାଇ ସଭା ସାଙ୍ଗକରିଥିଲେ ।

Comments are closed.