ସରସ୍ବତୀ ଶିଶୁ ମନ୍ଦିରର ବିଂଶତମ ବାର୍ଷିକ ଉତ୍ସବ ପାଳିତ

ରିପୋର୍ଟ: ଗୋପୀନାଥ ଗୌଡ଼ ||
ରାୟଗଡା (୧୩/୦୧): ରାୟଗଡା ସହରର ରାମକୃଷ୍ଣ ନଗରସ୍ଥିତ ସ୍ୱରସ୍ବତୀ ଶିଶୁ ମନ୍ଦିରର ବିଂଶତମ ବାର୍ଷିକ ଉତ୍ସବ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି | କୋରାପୁଟ ଲୋକସଭା ସାଂସଦ ମାନନୀୟ ଶ୍ରୀଯୁକ୍ତ ସପ୍ତଗୀରୀ ଉଲ୍ଲାକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ |

ଡ଼ଃ ନିରଞ୍ଜନ ବକ୍ସିପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବରେ ଶ୍ରୀଯୁକ୍ତ ପ୍ରଭାତ କୁମାର ମହାପାତ୍ର, ରାଷ୍ଟ୍ରୀୟ ସ୍ୱୟଂ ସହାୟକ ସଂଘ, ଜିଲ୍ଲା ସମ୍ପର୍କ ପ୍ରମୁଖ, ଯୋଗଦାନ କରିଥିଲେ | ଶିଶୁ ମନ୍ଦିର ପରିଚାଳନା କମିଟି ର ସଭାପତି ଶ୍ରୀଯୁକ୍ତ ଦେବୀପ୍ରସାଦ ମିଶ୍ର ଏହି କାର୍ଯ୍ୟକ୍ରମଟିର ସଭାପତିତ୍ୱ କରିଥିଲେ | ଏବଂ ବାର୍ଷିକ ବିବରଣୀ ପାଠ କରିଥିଲେ | ସମ୍ପାଦକ ଶ୍ରୀଯୁକ୍ତ ମୁରଲୀଧର ଦାଶ ମଞ୍ଚସ୍ଥ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ | ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ସରୋଜ କୁମାର ପାଣିଗ୍ରାହୀ ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷଣ କରାଯାଇଥିବା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ର ପରିଚାଳନା କରିଥିଲେ |

ଛାତ୍ରଛାତ୍ରୀ ମିଳିତ ଭାବେ “ବିଷାକ୍ତ ପୃଥିବୀ” ନାମକ ଏକ ସୁନ୍ଦର ନାଟକ ଉପସ୍ଥାପନା କରିଥିଲେ | ଏହି ନାଟକ ପରିବେଷଣରେ ପଞ୍ଚମ ଶ୍ରେଣୀ ଛାତ୍ରୀ ଅମ୍ବ୍ରିତା ସତପଥି ନିଜ ଅଭିନୟରେ ଉପସ୍ଥିତ ଦର୍ଶକଙ୍କ ଆଖିରେ ଲୁହ ଭରି ଦେଇଥିଲେ | ୧୫ଗୋଟି ନୃତ୍ୟ ପରିବେଷଣ କରିଥିଲେ |ମାନନୀୟ ମୁଖ୍ୟ ଅତିଥି ବିଭିନ୍ନ ପ୍ରତିଯୋଗୀତାରେ କୃତି ପ୍ରତିଯୋଗିଙ୍କୁ ୨୪ଟି ପୁରସ୍କାର ବିତରଣ କରିଥିଲେ |

Comments are closed.