Friday, March 29, 2024

Top 5 This Week

Related Posts

ରାୟଗଡ଼ାରେ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ଅଭିବାଦନ ଗ୍ରହଣ କଲେ ଜିଲ୍ଲାପାଳ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୨୬/୦୧) : ରାୟଗଡ଼ାରେ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ଆଡ଼ମ୍ବର ସହକାରେ ପାଳନ ହୋଇଛି ।

ରାୟଗଡ଼ାରେ ଜିଲ୍ଲାସ୍ତରୀୟ ଉତ୍ସବରେ ଜିଲ୍ଲାପାଳ ସ୍ଵଧା ଦେବ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହା ସହ ଜିଲ୍ଲାପାଳ ସମବେତ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି । ଏହି ଅବସରରେ ନିଜ ଅଭିଭାଷଣ ରଖି ଜିଲ୍ଲାପାଳ କହିଛନ୍ତି ଯେ, ଦେଶ ଓ ରାଜ୍ୟର ପ୍ରଗତି ହେଉଛି । ଓଡ଼ିଶା ଅନେକ ପ୍ରାକୃତିକ ବିପର୍ଯ୍ୟୟର ଶିକାର ହୋଇଛି । ଫଳରେ ଅର୍ଥନୈତିକ ଅସୁବିଧା ଉପୁଜୁଛି । ତଥାପି ସରକାରଙ୍କ ବଳିଷ୍ଠ ପଦକ୍ଷେପ ଯୋଗୁଁ ଆଗକୁ ବଢୁଛି ରାଜ୍ୟ । ଶିକ୍ଷା, କୃଷି, ସାମାଜିକ ସୁରକ୍ଷା କ୍ଷେତ୍ରରେ ସରକାର କାର୍ଯ୍ୟ କରୁଛନ୍ତି ।

ଆମ ଜିଲ୍ଲାର ୧୬୩ ବିଦ୍ୟାଳୟରେ ରୂପାନ୍ତରଣ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରତ୍ୟେକ ବ୍ଲକରେ ସ୍ଥାପନ ଦ୍ଵାରା ଶିକ୍ଷା କ୍ଷେତ୍ରରେ ପ୍ରଗତି ହେଉଛି । ସେହିଭଳି ଅନ୍ଵେଷା ଯୋଜନାରେ ଗରିବ ପିଲାମାନେ ଇଂରାଜୀ ମାଧ୍ୟମରେ ମାଗଣା ଶିକ୍ଷା ଗ୍ରହଣ କରୁଛନ୍ତି । ମଧୁବାବୁ ଆଇନ ସହାୟତା ଦ୍ଵାରା ଗରିବ ଲୋକେ ଉପକୃତ ହେଉଛନ୍ତି । ଏଣେ ଜିଲ୍ଲାର ସରକାରୀ ଜମି ଅଭାବ ଦୂର ହୋଇଛି । ବନ୍ଦ କାରଖାନା ଜେଏସକୋ ଅଧିନରେ ଥିବା ୫୦୬ ଏକର ଜମି ସରକାରୀ ଖାତାକୁ ଫେରିଛି । ଏଥିରେ ଅନେକ ବିକାଶମୂଳକ କାର୍ଯ୍ୟ ହେବା ।

ସେହିଭଳି ରେଳବାଇ ତରଫରୁ ମା ମଝିଘରିଆଣୀ ମନ୍ଦିର ପାଇଁ ୬.୩୦ ଏକର ଜମି ମିଳିଛି । ଜମି କମ୍ପ୍ୟୁଟରକରଣ କ୍ଷେତ୍ରରେ ଜିଲ୍ଲାକୁ ଉଲ୍ଲେଖନୀୟ ସଫଳତା ମିଳିଛି। ଶ୍ରେଷ୍ଠରୁ ଶ୍ରେଷ୍ଠତମ ଜିଲ୍ଲା ଗଠନ ଆମ ସମସ୍ତଙ୍କ ଦାୟିତ୍ଵ । ଏହି କାର୍ଯ୍ୟକ୍ରମରେ ୨୫ ଟି ଦଳ ପରେଡ ପ୍ରଦର୍ଶନ କରିଥିଲେ । ସେହିଭଳି ୬ ଟି ସାଂସ୍କୃତିକ ଦଳ ନୃତ୍ୟ ଓ ସଙ୍ଗୀତ ପ୍ରଦର୍ଶନ କରିଥିଲେ । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ପୁରସ୍କାର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଧାୟକ ମକରନ୍ଦ ମୁଦୁଲି, ଏସପି ବିବେକାନନ୍ଦ ଶର୍ମା, ଅତିରିକ୍ତ ଏସପି ରାଜ ପ୍ରସାଦ, ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା, ଉପଜିଲ୍ଲାପାଳ ଭୀମସେନ ଶବର, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ରବିନାରାୟଣ ତ୍ରିପାଠୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ଉପସ୍ଥିତ ଥିଲେ ।

Popular Articles