Friday, March 29, 2024

Top 5 This Week

Related Posts

ମାନବିକତା ର ପରିଚୟ ଦେଲେ ବିଜୁ ଛାତ୍ର ଜନତାଦଳ ସଭାପତି ବିଷ୍ଣୁ ପ୍ରସାଦ ପଣ୍ଡା

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୨୫/୧) : ମାନବିକତା ର ପରିଚୟ ଦେଲେ ବିଜୁ ଛାତ୍ର ଜନତାଦଳ ସଭାପତି ବିଷ୍ଣୁ ପ୍ରସାଦ ପଣ୍ଡା । ମଣିଷଟିଏ କ’ଣ ଏତେ ସ୍ୱାର୍ଥପର ହୋଇପାରେ ? ଆଖି ଆଗରେ ଅନ୍ୟର କଷ୍ଟ ଦେଖି ଆଜି ତାର ମନରେ ଟିକିଏ ବି ଦୟା ନାହିଁ ।WhatsApp Image 2023 01 25 at 18.21.02 1 ମାନବିକତା ର ପରିଚୟ ଦେଲେ ବିଜୁ ଛାତ୍ର ଜନତାଦଳ ସଭାପତି ବିଷ୍ଣୁ ପ୍ରସାଦ ପଣ୍ଡା

ଏପରି ସ୍ୱାର୍ଥପର ଦୁନିଆରେ ନିଆରା ମଣିଷଟିଏ ବିଷ୍ଣୁ ପ୍ରସାଦ ପଣ୍ଡା । ମାନବିକତା ର ପରିଚୟ ଦେଲେ ବିଜୁ ଛାତ୍ର ଜନତାଦଳ ସଭାପତି ବିଷ୍ଣୁ ପ୍ରସାଦ ପଣ୍ଡା । ଘଟଣା କ୍ରମରେ ଆଜି ଡ଼ମ୍ବସରା କଲେଜ ନିକଟରେ ଏକ ବାଇକ୍ ଦୁର୍ଘଟଣାରେ ଜଣେ କଲେଜ ଛାତ୍ରୀ ଆହତ ହୋଇ ରାସ୍ତାରେ ପଡିଥିଲେ । ସେହି ରାସ୍ତାରେ ଅନେକ ଲୋକ ଯିବାଆସିବା କରୁଥିଲେ ମଧ୍ୟ କେହି ତାଙ୍କୁ ଉଦ୍ଧାର କରୁନଥିଲେ ।WhatsApp Image 2023 01 25 at 18.21.01 ମାନବିକତା ର ପରିଚୟ ଦେଲେ ବିଜୁ ଛାତ୍ର ଜନତାଦଳ ସଭାପତି ବିଷ୍ଣୁ ପ୍ରସାଦ ପଣ୍ଡା

ଛାତ୍ରୀଟିର ଚିତ୍କାର କାହାର କାନରେ ବାଜୁନଥିଲା । ଠିକ ଏତିକିବେଳେ ବେସାହାରାକୁ ଭଗବାନ ଭରସା ଭଳି ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ ପଣ୍ଡା (ବିଜୁ ଛାତ୍ର ଜନତାଦଳ ସଭାପତି, ରାୟଗଡ଼ା) ସେହି ରାସ୍ତା ଦେଇ ଫେରୁଥିବା ବେଳେ ଦୁର୍ଘଟଣା ହେଇଥିବା ଦେଖିଥିଲେ । ସଙ୍ଗେ ସଙ୍ଗେ ନିଜ ଗାଡ଼ିରେ ଆହତ ଛାତ୍ରୀଙ୍କୁ ନିଜେ ଉଠାଇ ଗୁଣୁପୁର ଉପଖଣ୍ଡ ଡାକ୍ତରଖାନାରେ ସୁରକ୍ଷିତ ଭାବରେ ପହଞ୍ଚାଇଥିଲେ ଏବଂ ଡ଼ାକ୍ତରଙ୍କ ସହ ପରାମର୍ଶ କରି ଉଚିତ୍ ଚିକିତ୍ସା ପ୍ରଦାନ କରିଥିଲେ । ତାଙ୍କର ଏପରି ମାନବିକତା ପାଇଁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।

Popular Articles