ଦିବ୍ୟ ଉର୍ଯ୍ୟା ରକ୍ତ ଦାତା ସେବା ସଂଘ ଓ ପତାଞ୍ଜଳୀ ପରିବାର ତରଫରୁ ରକ୍ତ ଦାନ ଶିବିର ଅନୁଷ୍ଠିତ

0
182
ଦିବ୍ୟ ଉର୍ଯ୍ୟା

ରିପୋର୍ଟ : ପ୍ରେମାନନ୍ଦ ନାଏକ
ସୁବର୍ଣ୍ଣପୁର, (୨୫/୦୧) : ସୁବର୍ଣ୍ଣପୁର ଜିଲ୍ଲାର ରକ୍ତ କେନ୍ଦ୍ର ଠାରେ ଦିବ୍ୟ ଉର୍ଯ୍ୟା ରକ୍ତ ଦାତା ସେବା ସଂଘ ଓ ପତଞ୍ଜଳୀ ପରିବାର ତରଫରୁ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।

ଦିବ୍ୟ ଉର୍ଯ୍ୟା ରକ୍ତ ଦାତା ସେବା ସଂଘ ଓ ପତାଞ୍ଜଳୀ ପରିବାର ତରଫରୁ ରକ୍ତ ଦାନ ଶିବିର ଅନୁଷ୍ଠିତ । ଜିଲ୍ଲା ଯୁବ ଭାରତ ପ୍ରଭାରୀ ସତ୍ୟବାନ୍ ମିଶ୍ର, ଓଡିଶା ଡ୍ରାଇଭର ମହାସଂଘ ଜିଲ୍ଲା ଉପ ସଭାପତି ଜ୍ୟୋତି ରଞ୍ଜନ ପ୍ରଧାନ ରକ୍ତ ଦାନ ର ଉପକାରିତା ଓ ଉଭୟ ମହାପୁରୁଷ ଙ୍କ ଚିତ୍ର ରେ ପୁଷ୍ପ ଗୁଚ୍ଛ ପ୍ରଦାନ କରିଥିଲେ । ଜିଲ୍ଲା ରକ୍ତ ଦାତା ସେବା ସଂଘ ସଭାପତି ମନୋଜ୍ ପଣ୍ଡା ଙ୍କ ନେତୃତ୍ବରେ ଆଗାମୀ ଦିନରେ ରକ୍ତ ଦାନ ଆନ୍ଦୋଳନ କୁ ପତଞ୍ଜଳୀ ଯୁବ ଭାରତ ପ୍ରଭାରୀ ସତ୍ୟବାନ୍ ମିଶ୍ର ପ୍ରଶଂସା କରିଥିଲେ । ଜିଲ୍ଲା ରକ୍ତ କେନ୍ଦ୍ର ର ଡ ଦୁର୍ଗା ଦତ୍ତ ଦାସ, ସୁବାସ ପଣ୍ଡା , ସୁଦାମ ବିଶ୍ୱାଳ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ । ନୂତନ ରକ୍ତ ଦାତା ରାଜାରାମ ପ୍ରଧାନ, ସତ୍ୟ ନାରାୟନ ପେରା, ଗୋବର୍ଦ୍ଧନ ବିଶି, ଚମରୁ ସାହୁ , ରଞ୍ଜିତ ପ୍ରଧାନ ଙ୍କୁ ମେଡାଲ ପ୍ରଦାନ କରାଯାଇ ଥିଲା । ସମୁଦାୟ ୨୧ୟୁନିଟ ରକ୍ତ ସଂଗ୍ରହ ହୋଇ ଅଛି ।