ଜଳଖିଆ ଦୋକାନରେ ଅଗ୍ନିକାଣ୍ଡ

0
166
ଜଳଖିଆ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୨୩/୦୧) : ଚୁଡାଖିଆ ବିରାଟ ବଜାର ଚୌଦ୍ଵାର ଠାରେ ଥିବା ଏକ ଜଳଖିଆ ଦୋକାନରେ ଗ୍ୟାସ ସିଲିଣ୍ଡର ଲିକ କରି ନିଆଁ ଲାଗିଯାଇଛି ।

ଫଳରେ ନିଆଁ କିଛିକ୍ଷଣ ମଧ୍ୟରେ ଭୟଙ୍କର ରୂପ ନେଇ ଅନ୍ୟ ଏକ ଦୋକାନକୁ ମାଡ଼ି ଯାଇଥିଲା । ଜଳଖିଆ ଦୋକାନ ସହିତ ଏକ ଫଳ ଦୋକାନର କେବିନ୍ ମଧ୍ୟ ଜଳିଯାଇଛି । ନିଆଁ ଲାଗିବା ଦେଖି ସ୍ଥାନୀୟ ଲୋକେ ନିଆଁ ଲିଭାଉ ଥିବା ବେଳେ ଖବର ପାଇ ଚୌଦ୍ଵାର ଦମକଳ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲେ । ସୂଚନା ଅନୁଯାୟୀ ଜଳଖିଆ ଦୋକାନୀ ଧରଣୀ ପାଣି ଜଳଖିଆତିଆରି କରୁଥିବା ବେଳେ ଗ୍ୟାସ ଲିକ୍ ହୋଇ ନିଆଁ ଉପରକୁ ଉଥିଯିବା ସହିତ ପାଖରେ ଥିବା ଭିକାରୀ ବେହେରାଙ୍କ ଫଳ ଦୋକାନରେ ଲାଗି ଯାଇଥିଲା । ଅଗ୍ନିକାଣ୍ଡରେ ଦୋକାନରେ ଥିବା ଆସବାପତ୍ର ସହ କେବିନ୍ ପୋଡିଯାଇଥିଲା । ପ୍ରାୟ ୫୦ହଜାରରୁ ଅଧିକ ଟଙ୍କାର ଜିନିଷ ନଷ୍ଟ ହୋଇଥିବା ଜଣା ପଡ଼ିଛି ।