ମହାମାୟା ପବ୍ଲିକ ସ୍କୁଲ ଛାତରୁ ପଡି ମହିଳାଙ୍କ ମୃତ୍ୟୁ

ରିପୋର୍ଟ: ନିରୋଜ ପାଣି ||
ପାଇକମାଲ(୯/୧): ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ସ୍ଥିତ ମହାମାୟା ପବ୍ଲିକ ସ୍କୁଲର ଲଉଡମାଲ୍ ସ୍ଥିତ ନୂତନ କୋଠରୀ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

୫୫ ବର୍ଷ ବୟସ୍କା ମହିଳା ନାନକି ବିଶ୍ଵାଳ ପ୍ରତ୍ୟେକ ଦିନ ପରି ଆଜି ମଧ୍ୟ କୁଲି ମଜୁରୀ କାମ କରିବାକୁ ଆସି କାର୍ଯ୍ୟ କରୁଥିଲେ । ଆଜି ସକାଳ ପ୍ରାୟ ୧୦ଟା ସମୟରେ କାର୍ଯ୍ୟ କରୁଥିବା ବେଳେ ଛାତ ଉପର କାମ ଚାଲୁଥିଲା ଓ ପଡି ମହିଳାଙ୍କ ମୃତ୍ୟୁ ହୋଇଯାଇଛି । ସାଙ୍ଗେ ସାଙ୍ଗେ ମହାମାୟା କତୃପକ୍ଷ ତରଫରୁ ପାଇକମାଳ ସରକାରୀ ଡାକ୍ତରଖାନା ନେଇଥିଲେ । ମହାମାୟା ପବ୍ଲିକ ସ୍କୁଲ କର୍ତ୍ତୃପକ୍ଷ ତରଫରୁ ପାଇକମାଳ ଥାନାରେ ଏକ ମାମଲା ରୁଜ୍ଜୁ କରାଯାଇଛି । ପାଇକମାଳ ପୋଲିସ୍ ଘଟଣାସ୍ଥଳ ଯାଇ ତଦନ୍ତ ଜାରି ରଖିଥିବା ଜଣାଯାଇଛି ।

Comments are closed.