ବାଇକଚୋର କୁ ନିର୍ଧୁମ୍ ଛେଚିଲେ ଗାଁ ଲୋକେ, ଉଦ୍ଧାର କଲା ପୋଲିସ

0
95
ବାଇକଚୋର

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ନୟାଗଡ଼, (୨୨/୦୧) : ଗାଁ ଲୋକଙ୍କ ହାବୁଡ଼ରେ ପଡ଼ିଲା ବାଇକଚୋର । ଖୁଣ୍ଟରେ ବନ୍ଧାହେଲା ବାଇକ ଚୋର । ନିର୍ଧୁମ୍ ପିଟିଲେ ଗାଁ ଲୋକେ ।

ଉଦ୍ଧାର କଲା ପୋଲିସ । ନୟାଗଡ଼ ଜିଲ୍ଲା ଖଣ୍ଡପଡା ଥାନା ଚାଉପଲି ଗାଁ’ରେ ଘଟିଛି ଏହି ଘଟଣା । ଖଣ୍ଡପଡା ଥାନା ଅଞ୍ଚଳରେ ବାଇକଚୋର ଙ୍କ ପାଦୁର୍ଭାବ ଦିନକୁ ଦିନ ବୃଦ୍ଧି ପାଇଛି । ଅଞ୍ଚଳବାସୀଙ୍କ ଏହା ଚିନ୍ତାର ବିଷୟ ପାଲଟିଛି । ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ଅଧୀନ ଚାଉପଲି ଗାଁର ଜଟେଶ୍ୱର ବାରିକଙ୍କ ବାଇକ ଦୁଇ ଦିନ ତଳେ ଚୋରି ହୋଇଥିବା ନେଇ ଥାନାରେ ଏତଲା ଦେଇଥିଲେ । ତେବେ ଆଜି ଜଣେ ଯୁବକ ଚାଉପଲି ଗାଁ’ରେ ସନ୍ଦେହ ଜନକ ଅବସ୍ଥାରେ ବୁଲୁଥିବାର ଦେଖି ଗାଁ ଲୋକେ ପଚରାଉଚରା କରିଥିଲେ। ପରେ ଚୋର ଜାଣି ଯୁବକକୁ ଉତ୍ତମ ମଧ୍ୟମ ଦେଇ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଦେଇଥିଲେ । ଯୁବକଟି ବାଇକ ଚୋରି କରିଥିବା ମଙ୍ଗି ଯାଇଥିବାରୁ ତାକୁ ଖଣ୍ଡପଡା ପୋଲିସ ଜିମା ଦେଇଥିଲେ ଗାଁ ଲୋକ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ଥାନାକୁ ଆଣି ତଦନ୍ତ କରୁଥିବା ଜଣାପଡିଛି । ତେବେ ଏହା ପଛରେ ବାଇକ ଚୋରି ରାକେଟ କାମ କରୁଥିବା ଚର୍ଚ୍ଚା ହେଉଛି । ଏ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।