ଉପ କାରାଗାର ରେ କଏଦୀଙ୍କ ମୃତ୍ୟୁ

0
77
ଉପ କାରାଗାର

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଝାରସୁଗୁଡା, (୨୨/୦୧) : ଝାରସୁଗୁଡା ଉପ କାରାଗାର ରେ ପୁଣି ଜଣେ କଏଦୀ ର ମୃତ୍ୟୁ । ଆଜୀବନ ଜେଲ ଦଣ୍ଡ ଭୋଗୁଥିବା ଜଣେ କଏଦୀଙ୍କ ଗତକାଲି ବିଳମ୍ବିତ ରାତ୍ରୀରେ ଆକସ୍ମିକ ମୃତ୍ୟୁ ହୋଇଛି ।

ଉପ କାରାଗାର ରେ କଏଦୀଙ୍କ ମୃତ୍ୟୁ । ମୃତ କଏଦୀ ହେଲେ ଲଇକେରା ଥାନା ଅଞ୍ଚଳର ସୁଶାନ୍ତ ବୁଦୁଲା (୪୨) ଓରଫ ଜଙ୍ଗଲି । ଜଣେ ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ଆଜୀବନ ସଜା ଭୋଗୁଥିଲେ । ଗତ ୨୦୧୪ ମସିହାରେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଥିବା ଅଭିଯୋଗରେ ଲଇକେରା ପୁଲିସ ଦ୍ୱାରା ଗିରଫ ହୋଇ କୋର୍ଟ ଚାଲାଣ କରାଯାଇଥିଲା । ଉକ୍ତ ମାମଲାର ବିଚାର କରି ଝାରସୁଗୁଡା ଏସଡିଜେଏମଙ୍କ ଅଦାଲତ ଦ୍ୱାରା ସେ ଆଜୀବନ ଜେଲ ଦଣ୍ଡରେ ଗତ ୨୦୨୧ ମସିହାରେ ସେ ଦଣ୍ଡିତ ହୋଇଥିଲେ । ଶନିବାର ବିଳମ୍ବିତ ରାତିରେ ସେ ଜେଲ ଭିତରେ ହଠାତ ଅସୁସ୍ଥ ହୋଇ ଅଚେତ ହେବାରୁ ତାଙ୍କୁ ଜିଲ୍ଲା ଡାକ୍ତରଖାନାକୁ ଅଣାଯାଇଥିଲା । ପରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ । ଏ ନେଇ ଝାରସୁଗୁଡା ବିମାନବନ୍ଦର ଥାନାରେ ଜେଲ କର୍ତ୍ତୃପକ୍ଷ ଅଭିଯୋଗ କରିଛନ୍ତି ।