ଜିଲ୍ଲାପ୍ରଶାସନ ତରଫରୁ ଶ୍ରମିକ ମାନଙ୍କୁ ବିଭିନ୍ନ ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ

0
93
ଜିଲ୍ଲାପ୍ରଶାସନ

ରିପୋର୍ଟ : ପ୍ରେମାନନ୍ଦ ନାଏକ
ସୁବର୍ଣ୍ଣପୁର, (୨୨/୦୧) : ଆଜି ସୋନପୁର ସ୍ଥିତ ନୂଆ ଟାଉନ ହଲ ଠାରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଓ ଜିଲ୍ଲାପ୍ରଶାସନ ର ମିଳିତ ଆନୁକୂଲ୍ୟରେ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼, ଭୁବନେଶ୍ୱର ତରଫରୁ ନିର୍ମାଣ ଶ୍ରମିକ ମାନଙ୍କୁ ଦିଆଯାଉଥିବା ବିଭିନ୍ନ ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି ।WhatsApp Image 2023 01 21 at 20.47.55 1 ଜିଲ୍ଲାପ୍ରଶାସନ ତରଫରୁ ଶ୍ରମିକ ମାନଙ୍କୁ ବିଭିନ୍ନ ସହାୟତା ବଣ୍ଟନ ଶିବିର ଅନୁଷ୍ଠିତ

ଜିଲ୍ଲାପ୍ରଶାସନ ତରଫରୁ ଶ୍ରମିକ ମାନଙ୍କୁ ବିଭିନ୍ନ ସହାୟତା ବଣ୍ଟନ ଶିବିର ରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା କୋଠାବାଡ଼ି ଓ ଅଣ ସଂଗଠିତ ଶ୍ରମିକ କଲ୍ୟାଣ ବୋର୍ଡ଼ ଭୁବନେଶ୍ୱର ର ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ସ୍ଵେତା ସ୍ମିଧା ମିଶ୍ର ଯୋଗଦାନ କରି ନିର୍ମାଣ ଶ୍ରମିକ ହେଉଛନ୍ତି ଆମ ଜିଲ୍ଲା ତଥା ରାଜ୍ୟ ର ପ୍ରମୁଖ ବିନ୍ଧାଣୀ ବୋଲି କହିବା ସହ ଯେପରି କୌଣସି ଜଣେ ବି ଯୋଗ୍ୟ ହିତାଧିକାରୀ ଯୋଜନାରୁ ବାଦ ନ ପଡିବେ ସେଥିପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି । ରାଜ୍ୟ ସରକାର ନିର୍ମାଣ ଶ୍ରମିକଙ୍କ ସହଯୋଗ ନିମନ୍ତେ ଦୃଢ଼ ପ୍ରତିଶୃତି ବଦ୍ଧ, ସମସ୍ତ ନିର୍ମାଣ ଶ୍ରମିକ ହିତାଧିକାରୀ ଏହାର ଲାଭ ନେବାକୁ ଅନୁରୋଧ କରିଛନ୍ତି ଶ୍ରୀମତୀ ମିଶ୍ର ।

ଅନ୍ୟାନ୍ୟ ସମ୍ମାନିତ ଅତିଥିଭାବେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ନିଶି ପୁନମ ମିଞ୍ଜ, ସୋନପୁର ପୌରପରିଷଦ ପୌରାଧ୍ୟକ୍ଷା ଶ୍ରୀମତୀ ତାମସୀ ତାମସ୍ମିତା ନାଏକ, ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଯୁକ୍ତ ମଧୁସୂଦନ ଓତା, କାର୍ଯ୍ୟନିର୍ବାହୀ ଅଧିକାରୀ ପୌର ପରିଷଦ ସୋନପୁର ଶ୍ରୀ ସୂର୍ଯ୍ୟଂଶୁ ରୁଟ, ସୋନପୁର ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକ, ଶ୍ରୀଯୁକ୍ତ ଗୋବିନ୍ଦ ମହାରଣା, ସଭାପତି ଟ୍ରେଡ଼ ୟୁନିୟନ ସମନ୍ୱୟ ସମିତି, ସୁବର୍ଣ୍ଣପୁର ଯୋଗଦେଇ ଜିଲ୍ଲାର ନିର୍ମାଣ ଶ୍ରମିକ ମାନଙ୍କୁ ଶ୍ରମିକ କଲ୍ୟାଣ ବୋର୍ଡ ତଥା ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟ କାରି ବିଭିନ୍ନ ଜନକଲ୍ୟାଣ ଯୋଜନା ଉପରେ ଆଲୋକପାତ କରି ନିର୍ମାଣ ଶ୍ରମିକ ଙ୍କ ସହଯୋଗ ଓ ସହାଭାଗିତା ରାଜ୍ୟ ଗଠନରେ ବିଶେଷ ଗୁରୁତ୍ୱ ବହନ କରୁଥିବା ପ୍ରକାଶ କରିଥିଲେ ।

ଏହି ସହାୟତା ବଣ୍ଟନ ଶିବିର ରେ ଜିଲ୍ଲାର ହାରାହାରି ୩୦୦ ଜଣ ନିର୍ମାଣ ଶ୍ରମିକ ଓ ଜିଲ୍ଲାର ସମସ୍ତ ଟ୍ରେଡ଼ ୟୁନିଅନ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଶିବିର ର ସଭା ସଂଯୋଜନା କରିଥିଲେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ର ସୁଚିଶ୍ମିତା ପାତ୍ର । ସୁବର୍ଣ୍ଣପୁର ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀଯୁକ୍ତ ଡିଳେଶ୍ୱର ଖାକା ସ୍ୱାଗତ ବକ୍ତବ୍ୟ ପ୍ରଦାନ କରିବା ସହିତ ଜିଲ୍ଲାର ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ରହିଥିବା ବିଭିନ୍ନ ଜନକଲ୍ୟାଣ ଯୋଜନାର ଉପଯୋଗୀତା, କାର୍ଯ୍ୟକାରିତା ତଥା ଯୋଜନା ସମ୍ୱନ୍ଧରେ ବିଷଦ ସୂଚନା ପ୍ରଦାନ କରିଥିଲେ ।

ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱଣେ, ରାଜ୍ୟ ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ତଥା ସୋନପୁର ବିଧାୟକ ଶ୍ରୀଯୁକ୍ତ ନିରଞ୍ଜନ ପୂଜାରୀ ସଦା ସର୍ବଦା ନିର୍ମାଣ ଶ୍ରମିକ ଙ୍କ ବିକାଶ ନିମନ୍ତେ ସହଯୋଗ କରୁଥିବାରୁ ଶିବିରରେ ଶ୍ରମ ଅଧିକାରୀ ଖାକା ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଶିବିର ଅତିଥି ବୃନ୍ଦ ଡେମୋ ପ୍ରଦର୍ଶନ ପୂର୍ବକ ୭ ଜଣ ନିର୍ମାଣ ଶ୍ରମିକ ଙ୍କୁ ଯଥା ଲିଲି ଖେତୀ ଓ ଦୀପାଞ୍ଜଳି ପଧାନ ଙ୍କୁ ପ୍ରସୂତୀ କାଳୀନ ସହାୟତା ରେ ପ୍ରତ୍ୟେକ ଙ୍କୁ ୧୦,୦୦୦ଟଙ୍କା, ମୃତ୍ୟୁ ସହାୟତା ରେ ଚକା ସୁନା ଓ ବାସନ୍ତୀ ପୋଢ଼ ପ୍ରତ୍ୟେକ ଙ୍କୁ ୨ ଲକ୍ଷ ଲେଖାଏଁ, ବିବାହ ସହାୟତା ରେ ସୂର୍ଯ୍ୟକାନ୍ତି ସା ଓ କୁଶଳେଶ୍ୱର ରଣା ପ୍ରତ୍ୟେକ ଙ୍କୁ ୫୦,୦୦୦ ଲେଖାଏଁ ଓ ଶିକ୍ଷା ସହାୟତା ରେ ତ୍ରିନାଥ ମହାନନ୍ଦ ଙ୍କୁ ୪୦,୦୦୦ ର ଡେମୋ ସହାୟତା ପ୍ରଦର୍ଶନ କରିଥିଲେ ।

ଆଜି ଶିବିର ଅବସରରେ ନିର୍ମାଣ ଶ୍ରମିକ ଅନ୍ତର୍ଗତ ବିଭିନ୍ନ ଯୋଜନାରେ ଜିଲ୍ଲାର ଜିଲ୍ଲା ଶ୍ରମ ଅଧିକାରୀ ଙ୍କ ଦ୍ୱାରା ସୁପାରିଶ କରାଯାଇଥିବା ଓ ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ ଅନୁମୋଦନ ହୋଇଥିବା ୨୧୧ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ୧ କୋଟି ୭୯ ଲକ୍ଷ ୩୫ ହଜାର ନିର୍ମାଣ ଶ୍ରମିକ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି ସହାୟତା ରାଶି ସେମାନଙ୍କୁ ଅନଲାଇନ ମାଧ୍ୟମରେ ତାଙ୍କ ବ୍ୟାଙ୍କ ପାସ ବହି ଜରିଆରେ ପ୍ରଦାନ ବ୍ୟବସ୍ଥା କରାଯାଇଅଛି ଲ ଏହି କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଶେଷରେ ସମସ୍ତ ଅତିଥି ତଥା ଏହି ଶିବିର ରେ ଯୋଗ ଦେଇଥିବା ବିଭିନ୍ନ ଟ୍ରେଡ଼ ୟୁନିଅନ ର ସଭାପତି କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିବାରୁ ଜିଲ୍ଲା ଶ୍ରମ ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।