Tuesday, March 19, 2024

Top 5 This Week

Related Posts

ଦିଲ୍ଲୀରେ ଅଲ୍ ଇଣ୍ଡିଆ DGP ସମ୍ମିଳନୀ, ଯୋଗଦେବେ ମୋଦି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୨୧/୦୧) : ଆଜି ଦିଲ୍ଲୀରେ ଅଲ୍ ଇଣ୍ଡିଆ DGP ସମ୍ମିଳନୀ । ବୈଠକରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଦିଲ୍ଲୀରେ ଅଲ୍ ଇଣ୍ଡିଆ DGP ସମ୍ମିଳନୀ ଅନୁଷ୍ଠିତ । ସାଇବର କ୍ରାଇମ, ପୋଲିସିଂରେ ଟେକ୍ନୋଲୋଜି, ଆତଙ୍କବାଦ ମୁକାବିଲା, ଦକ୍ଷତା ବୃଦ୍ଧି, ଜେଲ ସଂସ୍କାର ସମେତ ବିଭିନ୍ନ ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ହେବ ଆଲୋଚନା । ଏହି କାର୍ଯ୍ୟକ୍ରମରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର DGPଙ୍କ, କେନ୍ଦ୍ରୀୟ ସଶସ୍ତ୍ର ପୋଲିସ୍ ଫୋର୍ସ ମୁଖ୍ୟଙ୍କ ସମେତ ୧୦୦ ଜଣଙ୍କୁ ନିମନ୍ତ୍ରିତ କରାଯାଇଛି । ୨୦୧୪ ପରଠାରୁ ଡିଜିପି ସମ୍ମିଳନୀକୁ ବିଶେଷ ଗୁରୁତ୍ୱ ଦିଆଯାଉଛି । ପ୍ରଧାନମନ୍ତ୍ରୀ ବୈଠକରେ ସମସ୍ତ ପ୍ରସଙ୍ଗକୁ ଶୁଣିବା ସହ ସମସ୍ତଙ୍କୁ ନୂତନ ଚିନ୍ତାଧାରା ବ୍ୟକ୍ତ କରିବାକୁ ଉତ୍ସାହିତ କରନ୍ତି । ଏହି ବୈଠକରେ ଦେଶର ସୁରକ୍ଷା ସମେତ ଅନ୍ୟ ସମସ୍ୟା ଓ ଆହ୍ୱାନର ମୁକାବିଲା ନେଇ ମଧ୍ୟ ଆଲୋଚନା ହୋଇଥାଏ ।

Popular Articles