Tuesday, March 19, 2024

Top 5 This Week

Related Posts

ନରହନ୍ତା ଦନ୍ତା ହାତୀ ଆକ୍ରମଣରେ୨ ବୃଦ୍ଧାଙ୍କ ମୃତ୍ୟୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଢେଙ୍କାନାଳ, (୨୧/୦୧) : ଫରେଷ୍ଟ ସେକ୍ସନ ର ୨ ପୃଥକ ସ୍ଥାନ ରେ ନରହନ୍ତା ଦନ୍ତା ହାତୀ ଆକ୍ରମଣରେ ୨ ଜଣ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି ।

ଜଣେ ବୃଦ୍ଧ ହେଉଛନ୍ତି ଖାଲପାଳ ଗ୍ରାମର ଅଲେଖ ନାୟକ ଓ ଅନ୍ୟ ବୃଦ୍ଧା ଜଣକ ହେଉଛନ୍ତି ପରଜଙ୍ଗ ଗଣ୍ଡତଇଲା ଗ୍ରାମର ବାରି ନାୟକ । ସୂଚନା ମୁତାବକ ପ୍ରଥମେ ଖାଲପାଳ ର ଅଲେଖ ନାୟକ ତାଙ୍କ ଘର ପଛ ପାଖ ପୋଖରୀକୁ ଶୌଚ ପାଇଁ ଯାଇଥିବା ବେଳେ ନରହନ୍ତା ଦନ୍ତା ହାତୀ ଟି ତାଙ୍କୁ ଆକ୍ରମଣ କରିଥିଲା । ପରେ ପରଜଙ୍ଗ ଗଣ୍ଡ ତଇଲା ର ବାରି ନାୟକ ତାଙ୍କ ଘର ପଛ ପାଖ ପଡିଆ କୁ ଶୌଚ ପାଇଁ ଯାଇଥିବା ବେଳେ ହାତୀଟି ଆକ୍ରମଣ କରିଛି । ତେବେ ଘଟଣା ସ୍ଥଳରେ ହିଁ ୨ ଜଣକ ର ମୃତ୍ୟୁ ହୋଇଛି । ସେପଟେ ଏ ନେଇ ବନ ବିଭାଗ ହାତୀ ଗତି ପଥ ଉପରେ ତୀକ୍ଷ୍ଣ ନଜର ରଖିଥିବା ବେଳେ, ହାତୀ ଟି ଏବେ ବାରବାଙ୍କ ସରଂକ୍ଷିତ ଜଙ୍ଗଲରେ ଥିବା ବନ ବିଭାଗ ସୂଚନା ଦେଇଛି । ସେପଟେ ହାତୀ ଆକ୍ରମଣ ରେ ଏକ ଘଣ୍ଟା ମଧ୍ୟରେ ୨ ଜଣ ଙ୍କ ମୃତ୍ୟୁ କୁ ନେଇ ଭୟଭୀତ ଅଛନ୍ତି ଅଞ୍ଚଳବାସୀ ।

Popular Articles