ଜଗନ୍ନାଥପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ

0
275
ଜଗନ୍ନାଥପୁର

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୦/୧) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ଜଗନ୍ନାଥପୁର ରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଆଡମ୍ବରରେ ପାଳନ କରାଯାଇଛି ।

ଜଗନ୍ନାଥପୁର ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଗଣେଷ ଶବର ବୈଠକରେ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ତଥା ଗୋଷ୍ଠି ଶିକ୍ଷା ଅଧିକାରୀ ଭଜନଲାଲ ମାଝୀ ଯୋଗଦେଇଥିଲେ । ମୁଖ୍ୟବକ୍ତା ଭାବେ ମୁନିଗୁଡା ମହାବିଦ୍ୟାଳୟ ର ଅଧ୍ୟାପକ ପ୍ରମୋଦ କୁମାର ପରିଡା, ସମ୍ମାନୀୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବିନୋଦ ନାଗ, ଏ ପରମେଶ କୁମାର, ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକ, ବନପାଳ ନମିତା ବିଡିକା,କୁଟୁରାଗଡ଼ ର ଶିକ୍ଷକ ପ୍ରଶାନ୍ତ ପାଳ ମଞ୍ଚାସୀନ ରହିଥିଲେ । ଏଥିରେ ଅତିଥି ମାନେ ଉପସ୍ଥିତ ଛାତ୍ର ଛାତ୍ରୀ, ଅଭିଭାବକ ମାନଙ୍କୁ ଶିକ୍ଷା ସହ କ୍ରୀଡ଼ାର ମଧ୍ୟ ଆବଶ୍ୟକ ରହିଛି ।

କ୍ରୀଡା ଦ୍ୱାରା ଶାରୀରିକ, ମାନସିକ ଠିକ ରହିଲେ ପାଠ ପଢା ରେ ମନ ଲାଗିବ ବୋଲି କହିଛନ୍ତି । ୨୦୨୨ ଡିସେମ୍ବର ମାସ ୫ ଓ ୬ ତାରିଖ ଦୁଇଦିନ ଧରି ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବାର୍ଷିକ କ୍ରୀଡା ଉତ୍ସବ କରାଯାଇଥିଲା ।ଏଥିରେ କୃତିତ୍ୱ କରିଥିବା ୧୩୦ଜଣ ଛାତ୍ରଛାତ୍ରୀ ଙ୍କୁ ଅତିଥୀଙ୍କ ଦ୍ୱାରା ପୁରସ୍କୃତ କରିଥିଲେ । ଏଥିରେ ବିଦ୍ୟାଳୟ ର ସହ ଶିକ୍ଷକ ରମେଶ ଚନ୍ଦ୍ର ବରାଳ ବିବରଣୀ ପଠନ କରିବା ସହ ମଞ୍ଚ ପରିଚାଳନା କରିଥିଲେ ।

କ୍ରୀଡା ଶିକ୍ଷକ ଉମେଶ ଚନ୍ଦ୍ର ଦାସ ସମେତ ଦୁଇଜଣ ଛାତ୍ର ଛାତ୍ରୀ ଗୌତମ ଭତ୍ରା ଓ ମିତା ନାଗ ମଞ୍ଚ ପରିଚାଳନା, ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅନ୍ୟ ଗୁଣନିଧି ନାୟକ, କଳ୍ପନା ସୁନାନୀ, ଜାଇଫୁଲ ପ୍ରଧାନୀ, ସୁରେନ୍ଦ୍ର ନାଥ ହିଆଲ, ସନ୍ତୋଷ କୁମାର ପଣ୍ଡା, ଦୀପା ସାହୁକାର,ଉମେଶ ଚନ୍ଦ୍ର ବାରିକ, ଅଭିନ କର୍ଷିକା, ହରପ୍ରସାଦ ଦାସ, କମିୟ ମୁଟୁକା ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।ସନ୍ଧ୍ୟା ରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସାଂକୃତିକ କାର୍ଯ୍ୟକ୍ରମ କରାଯାଇଛି । ଏଥିରେ ଆମନ୍ତ୍ରିତ ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ଓ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ରହିଥିଲେ ।