ସଙ୍କଟ ରେ କୁମ୍ଭକାର(କୁମ୍ଭାର) ଙ୍କ କୋଳିକୁ ବୃତ୍ତି

0
96
ସଙ୍କଟ

ରିପୋର୍ଟ : ନରତ୍ତମ ପାଢ଼ୀ
ରାୟଗଡ଼ା, (୧୯/୦୧) : ରାୟଗଡ଼ା ଜିଲ୍ଲା, ମୁନିଗୁଡା ପଞ୍ଚାୟତ ସମିତି, ଅମ୍ବାଦଳା ପଞ୍ଚାୟତର ଅମ୍ବାଦଳା ଗ୍ରାମ । ଦିନଥିଲା ଏଠି କୁମ୍ଭାର ଙ୍କ ହାତ ତିଆରି ମାଟି ନିର୍ମିତ ଆସବାବ ପତ୍ରର ଢେର ଚାହିଦା ଥିଲା । ସଙ୍କଟ ରେ କୁମ୍ଭକାର (କୁମ୍ଭାର) ଙ୍କ କୋଳିକୁ ବୃତ୍ତି ।WhatsApp Image 2023 01 19 at 18.27.11 1 ସଙ୍କଟ ରେ କୁମ୍ଭକାର(କୁମ୍ଭାର) ଙ୍କ କୋଳିକୁ ବୃତ୍ତି

ଏଠି ବସବାସ କରନ୍ତି ପ୍ରାୟ ପଚାସ କୁମ୍ଭକାର ପରିବାର । ବିକାଶ ଏମାନଙ୍କ ପାଇଁ ବିନାଶ ଆଣିଦେଇଛି । ସଙ୍କଟ ରେ କୁମ୍ଭକାର(କୁମ୍ଭାର) ଙ୍କ କୋଳିକୁ ବୃତ୍ତି । ପ୍ଲାଷ୍ଟିକ, ଷ୍ଟିଲ, କାଚ ଓ ବିଭିନ୍ନ ଧାତବ ବାସନକୁସନ ବିକାଶ ସାଙ୍ଗକୁ ବଜାର ଚାହିଦା ପୁରଣ କରୁଥିବା ଯୋଗୁଁ କୁମ୍ଭାର ମାନଙ୍କ ହାତତିଆରି ମାଟି ହାଣ୍ଡି ଓ ମାଠିଆ ସବୁ ବ୍ୟବସାୟ ହୋଇପାରୁନାହିଁ । ଗରିବ କୁମ୍ଭାର ମାନେ ବ୍ୟବସାୟ ଅଭାବରୁ ହାତ ବାନ୍ଧି ବସିଛନ୍ତି । ପଚାସ କାରିଗର ରୁ ଖସି ଖସି ଆଜି କେବଳ ଦୁଇ ତିନି ଜଣ କାରିଗର ବାଧ୍ୟ ବାଧକତାରରେ ବୃତ୍ତି କୁ ଜାବୁଡି ଧରି ଅଭାବ ଅନାଟନରେ ଜୀବିକା ନିର୍ବାହ କରୁଥିବା କାରିଗର ମାନେ ଦୁଃଖ ର ସହ ପ୍ରକାଶ କରିଛନ୍ତି । ବିକାଶ ନାମକ ବିନାଶ ର କରାଳ ଗର୍ଭରେ କାଳକ୍ରମେ ବିଲିନ ହୋଇଯାଉଛି ଏହି ଶହଶହ ବର୍ଷର ପୁରାତନ ବୃତ୍ତି ।

ସରକାର ମଧ୍ୟ ଏଥି ପ୍ରତି କୋୖଣସି ଦୃଷ୍ଟି ଦେଉନଥିବା ପ୍ରକାଶ କରିଛନ୍ତି ଦୁଇ କୁମ୍ଭକାର ଗୋପାଳ ନାୟକ ଓ ସଦାନନ୍ଦ ନାୟକ । ଏମାନଙ୍କ ଗରିବୀ ଓ ବହୁ ପୁରାତନ ବୃତ୍ତି କୁ ଦୃଷ୍ଟିରେ ରଖି ସରକାର କିଛି ଠୋସ୍ ପଦକ୍ଷେପ ଗ୍ରହଣ କଲେ ଗରୀବ କୁମ୍ଭକାରମାନେ ଉପକୃତ ହେବାସହ ପ୍ରାଚୀନ ପରମ୍ପରା ଓ ବୃତ୍ତିର ସୁରକ୍ଷା ହୋଇପାରନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।