୩୬ତମ ଆନ୍ତଃ ରାଜ୍ୟ ହକି ଟୂର୍ଣ୍ଣାମେଣ୍ଟ ଉଦଘାଟିତ

0
86
ଟୂର୍ଣ୍ଣାମେଣ୍ଟ

ରିପୋର୍ଟ : ରାଜେଶ ବାଗ
ଉଲୁଣ୍ଡା, (୧୯/୧) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ର ଗିନ୍ଦ୍ରିଆମାଲ ଖେଳ ପଡିଆ ଠାରେ ଆଜି ଉଲୁଣ୍ଡା ବ୍ଳକ ସ୍ପୋର୍ଟସ ଆସୋସିଏସନ୍, ଯୁବ ମହାସଂଘ ଓ ଉଲୁଣ୍ଡା ଆଦିବାସୀ ବିକାଶ କ୍ଲବ ର ମିଳିତ ଆନୁକୂଲ୍ୟରେ ୩୬ତମ ଆନ୍ତଃ ରାଜ୍ୟ ହକି ଟୂର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି ।

ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଉଲୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ହେମସାଗର ଭୋଇ ଯୋଗ ଦେଇ ଉଦଘାଟନ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ଏସ ପତ୍ରାପାଲି ର ପିଏସ୍ ମେମ୍ବର ପଦ୍ମାବତୀ ନାଏକ୍, ଯୁବ ମହାସଂଘ ର ସଭାପତି ମହେଶ ରଂଜନ ପୁରୋହିତ, ଅନିଲ କୁମାର ସାହୁ ଓ ମହାଜନ ପଧାନ ଯୋଗ ଦେଇଥିଲେ ।ଏହି ହକି ଟୂର୍ଣ୍ଣାମେଣ୍ଟ ୨୨ ତାରିଖରେ ଶେଷ ହେବ ବୋଲି ଜଣାପଡିଛି ।