ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ପ୍ରଶାସନ ଙ୍କୁ ଦାବିପତ୍ର

0
107
ନବ ନିର୍ମାଣ

ରିପୋର୍ଟ : ରାଜେଶ ବାଗ
ଉଲୁଣ୍ଡା, (୧୯/୧) : ସୁବର୍ଣ୍ଣପୁର ଜିଲ୍ଲା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ଆଜି ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ବିକ୍ଷୋଭ କରାଯାଇଛି ।

ଆଜି କାର୍ଯ୍ୟାଳୟ ରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଏକ ଦାବିପତ୍ର ଦିଆଯାଇଛି । ଏଥିରେ ବିଶେଷ କରି କଟନୀ ଛଟନୀ ବନ୍ଦ ପାଇଁ, ସବୁ ବ୍ଳକ ରେ ଶୀତଲ ଭଣ୍ଡାର ଖୋଲିବା ପାଇଁ, ସୋନପୁର ସୂତାକଳ ଖୋଲିବା ପାଇଁ, ଧାନମଣ୍ଡି ରେ ସବୁ ପ୍ରକାର ସୁବିଧା ପାଇଁ, ମଣ୍ଡି ଅବବ୍ୟସ୍ଥା ଦୂର ପାଇଁ, ଆଦି ପାଇଁ ଦାବି କରାଯାଇଛି । ବିଶେଷ କରି ଚଳିତ ଖରିଫ ଋତୁରେ ଧାନ ର ବ୍ୟାପକ ଅବ୍ୟବସ୍ଥା ଲାଗି ରହିଥିବା ନବନିର୍ମାଣ କୃଷକ ସଂଗଠନ ଦାବି କରୁଛି । ଏଥିରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଭାରୀ ପ୍ରଦ୍ୟୁମ୍ନ କୁମାର ପାଢୀ, ଜିଲ୍ଲା ସଂଯୋଜକ ବିଶେଶ୍ୱର ପାଣିଗ୍ରାହୀ, ଚାଷୀ ନେତା ତଥା ସଭାପତି ରାଜେନ୍ଦ୍ର ପ୍ରସାଦ ମିଶ୍ର ଉପସ୍ଥିତ ଥିଲେ । ଏଥିରେ ବହୁଜଣ ଚାଷୀ ଥିଲେ । ଅତି ଶୀଘ୍ର ଚାଷୀ ମାନଙ୍କ ସମସ୍ୟା ଦୂର କରିବା ପାଇଁ ଦାବି ହେଉଛି । ନହେଲେ ଆଗାମୀ ଦିନ ରେ ଆନ୍ଦୋଳନ ର ଚେତାବନୀ ଦିଆଯାଇଛି ।