ବୁଡ଼ାଗୁଡା ଆରଏମସି ୟାର୍ଡ ଠାରେ ଚାଲୁଥିବା ମଣ୍ଡିକୁ ଗସ୍ତ କଲେ ବିଧାନସଭା ସବ କମିଟି

0
266
ବୁଡ଼ାଗୁଡା ଆରଏମସି

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୯/୧) : ବିଧାନ ସଭା ସବ କମିଟିର ଅଧ୍ୟକ୍ଷ ଅରବିନ୍ଦ ଢ଼ାଲିଙ୍କ ନେତୃତ୍ୱରେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ପୁରୀ ବିଧାୟକ ସତ୍ୟନାରାୟଣ ପ୍ରଧାନ, ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ବୁଡ଼ାଗୁଡା ଆରଏମସି ୟାର୍ଡ ଠାରେ ଚାଲୁଥିବା ମଣ୍ଡିକୁ ଆଚାନକ ପ୍ରଦର୍ଶନ କରବାକୁ ଆସି ଚାଷୀଙ୍କ ସହ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ।

ବୁଡ଼ାଗୁଡା ଆରଏମସି ୟାର୍ଡ ଠାରେ ଚାଲୁଥିବା ମଣ୍ଡି ସୋମବାର ଓ ବୁଧବାର ଦିନ ଧାନ ମଣ୍ଡି ଚାଲୁଥିବା ଓ ବ୍ୟାପକ ଧାନ ବିକ୍ରି କରିବାକୁ ଆସୁଥିବାରୁ ଗୁରୁତ୍ୱ ଦେଇଛନ୍ତି ସରକାର । ମଣ୍ଡି ଚାଲୁଥିବା ବେଳେ ବିଧାନସଭା ସବ କମିଟି ଆସି ଧାନର ମାନ ଓଜନ ବିକ୍ରି ଉପରେ ବୁଝିଥିଲେ । ଚାଷୀଙ୍କ ଅଭିଯୋଗ ହେଲା ସରକାର ଏକର ପିଛା ୧୯ କୁଇଣ୍ଟାଲ ବିକ୍ରି କରିବା ପାଇଁ କାଡା ନିର୍ଦ୍ଦେଶ ରକିଛନ୍ତି । କୁନ୍ତୁ ଏହି ଅଞ୍ଚଳରେ ଏକର ପିଛା ୨୭ରୁ ୩୦ କୁଇଣ୍ଟାଲ ଧାନ ଫସଲ ଅମଳ ହେଉଥିବାରୁ ଦଶରୁ ବାର କୁଇଣ୍ଟାଲ ଧାନ ମଣ୍ଡିରେ ବିକ୍ରୀ କରିପାରୁ ନଥିବାରୁ ବେପାରୀ ଓ ଦଲାଲଙ୍କ ଠାରେ ଅଭାବୀ ଧାନ ବିକ୍ରି କରିବାକୁ ପଡ଼ୁଛି ବୋଲି ସବ କମିଟ ନିକଟରେ ଚାଷୀମାନେ ଦାବି ଉପସ୍ଥାପନା କରିଥିଲେ ।

ଏମିତିକି ଟକେନ୍ ବ୍ୟବସ୍ତାଥିଲେ ମଧ୍ୟ ଚାଷୀଙ୍କୁ ଜମି ପରିମାଣ ଅନୁଯାଇ ଟକେନ୍ ଆସିନଥିବାରୁ ଅନେକ ଚାଷୀଙ୍କ ଧାନ ଖଳାରେ ପକେଇ ଜଗି ରହିଛନ୍ତି । କମ ପରିମାଣର ଟକେନ୍ ଆସିଥିବାରୁ ଅବଶିଷ୍ଟ ଧାନକୁ ବେପାରୀ ମାନେ ୧୪ରୁ୧୫ ଟଙ୍କା ରେ ମାଗୁଥିବାରୁ ନା ବିକି ପାରୁଛନ୍ତି ନା ରଖି ପାରୁଛନ୍ତି ଶୀତ କାକରରେ ଖଳାରେ ପଡି ରହିଛନ୍ତି । ଯୋଗାଣ ବିଭାଗ ପକ୍ଷରୁ କୋୖଣସି ପଦକ୍ଷେପ ନେଉନଥିବାରୁ ବେପାରୀ ମାନେ ଖୋଲା ଖୋଲି ଭାବେ ଦଶରୁ ବାର ଟଙ୍କାରେ ଚାଷୀଙ୍କ ଠାରୁ ଧାନ କିଣୁଛନ୍ତି ବୋଲି ଚାଷୀମାନେ କମିଟି ନିକଟରେ ଅଭିଯୋଗ କରିଥିଲେ । ସେହିପରି ଆଜି ମାଣ୍ଡିଆ ମଣ୍ଡି ମଧ୍ୟ ବିଧାନସଭା ସବ କମିଟିର ଅଧ୍ୟକ୍ଷ ଅରବିନ୍ଦ ଢ଼ାଲି ଉଧଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୋଗାଣ ଅଧିକାରୀ ରାଜକିଶୋର ପାଣିଗ୍ରାହୀ, ଏସିଏସ ଓ ସିଏଚ ମୂରଲୀ କ୍ରୀଷ୍ଣା, ଡି ଆର ମନ ମଥ ଦାସ ଲ୍ୟାମ୍ପ ନିର୍ଦ୍ଦେଶକ ସି ଏଚ କଟେଶ୍ୱର ରାଓ ପ୍ରମୁଖ ଉପସ୍ଥିତ ରହିଥିଲେ ।