ସମ୍ବଲପୁରୀ ନାଚ ଗୀତ ର ତାଳେ ତାଳେ ଉଦଯାପିତ ହେଲା ସୁବର୍ଣ୍ଣ ଲୋକ ମହୋତ୍ସବ

0
124
ସମ୍ବଲପୁରୀ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୮/୦୧) : ଜିଲ୍ଲା ଉନ୍ନୟନ ପ୍ରଦର୍ଶନୀ, ପଲ୍ଲିଶ୍ରୀ ମେଳା ଓ ସମ୍ବଲପୁରୀ ନାଚ ଗୀତ ରେ ମହାପାର୍ବଣ ସୁବର୍ଣ୍ଣ ଲୋକ ମହୋତ୍ସବ ୨୦୨୩ ଆଜି ଉଦଯାପିତ ହୋଇଯାଇଛି ।WhatsApp Image 2023 01 19 at 12.39.13 ସମ୍ବଲପୁରୀ ନାଚ ଗୀତ ର ତାଳେ ତାଳେ ଉଦଯାପିତ ହେଲା ସୁବର୍ଣ୍ଣ ଲୋକ ମହୋତ୍ସବ

ସମ୍ବଲପୁରୀ ନାଚ ଗୀତ ର ତାଳେ ତାଳେ ଉଦଯାପିତ ହେଲା ସୁବର୍ଣ୍ଣ ଲୋକ ମହୋତ୍ସବ । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶା, ଜିଲ୍ଲା ସଂସ୍କୃତି ପରିଷଦ ଓ ଜିଲ୍ଲା କଳା ସଂସ୍କୃତି ସଂଘ ସୁବର୍ଣ୍ଣପୁର ଦ୍ୱାରା ଶ୍ରୀ ରାମେଶ୍ୱର ଷ୍ଟାଡିୟମ ଠାରେ ବର୍ଣ୍ଣାଢ୍ୟ ପରିବେଶ ରେ ଆୟୋଜିତ ଏହି ଉଦଯାପନୀ ଉତ୍ସବ ରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଲୋକ କଳା କୁ ଆଗକୁ ବଢାଇବା ପାଇଁ ସବୁ ପ୍ରୟାସ ସହିତ ପ୍ରଶିକ୍ଷଣ ର ବ୍ୟବସ୍ଥା ମଧ୍ୟ କରିବୁ ବୋଲି ମତ ରଖି ହକି ଉତ୍ସବ ଓ ସୁବର୍ଣ୍ଣ ମହୋତ୍ସବ କୁ ସଫଳ କରିଥିବା ସମସ୍ତ ଜନ ସାଧାରଣ ଙ୍କ ଅବଦାନ ଅତୁଳନୀୟ ବୋଲି ମତ ରଖିଥିଲେ ।

ସମ୍ମାନୀତ ଅତିଥି ଭାବରେ ଏସପି ଅମରେଶ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସୂର୍ଯ୍ୟ ନାରାୟଣ ଦାଶ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନିଶି ପୁନମ ମିଞ୍ଜ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ନିହାର ରଞ୍ଜନ କଅଁର, ସୋନପୁର ଉପ ଜିଲ୍ଲାପାଳ ଡ. ଈପସିତା ପ୍ରିୟଦର୍ଶନୀ ମିଶ୍ର, ଯୋଗ ଦେଇ ଏଠାକାର କଳା, ସଂସ୍କୃତି, ପର୍ଯ୍ୟଟନ କୁ ଲୋକ ଙ୍କ ଆଚାର ବ୍ୟବହାର କୁ ଭୁୟସୀ ପ୍ରଶଂସା କରିଥିଲେ । ମହୋତ୍ସବ ପଡିଆ ର ଭିତ୍ତିଭୂମି, ବିକାଶ ଓ ଏହାର ସଜାସଜ୍ଜା ପ୍ରଥମେ ଦର୍ଶକ ଓ ପର୍ୟ୍ୟଟକ ଙ୍କୁ ନିଶ୍ଚିତ ଆକୃଷ୍ଟ କରିବ ବୋଲି ମତ ରଖିଥିଲେ l କଟକ ଓଡିଶୀ, ସମ୍ବଲପୁର ଆଦିବାସୀ ନୃତ୍ୟ, ବରଗଡ଼ କଳାଜିବୀ, ସୁନ୍ଦରଗଡ଼ ମୟୂରୀ, ସୋନପୁର ପଏଁରି, କରମା, ଓ ଓଏ ଭି ଛାତ୍ରଛାତ୍ରୀ, ତରଭା, ଉଲୁଣ୍ଡା ବ୍ଲକ ର କଳାକାର ଙ୍କ ସମ୍ବଲପୁରୀ ନାଚ ଗୀତ, ବ୍ରହ୍ମପୁର ର ପ୍ରିନ୍ସ ରେ ବିଳମ୍ବିତ ରାତି ଯାଏ ଅଗଣିତ ଦର୍ଶକ ଖୁବ ମଜା ନେଇଥିଲେ l ଅଧ୍ୟାପକ ମଦନ ସୁନ୍ଦର କ୍ଷେତୀ ସଭା ସଂଯୋଜନା କରିଥିଲେ ।WhatsApp Image 2023 01 19 at 12.39.12 ସମ୍ବଲପୁରୀ ନାଚ ଗୀତ ର ତାଳେ ତାଳେ ଉଦଯାପିତ ହେଲା ସୁବର୍ଣ୍ଣ ଲୋକ ମହୋତ୍ସବ

ଏସପି ଅମରେଶ ପଣ୍ଡା,ଏ ଡି ଏମ ସୂର୍ଯ୍ୟ ନାରାୟଣ ଦାଶ, ଉପ- ଜିଲ୍ଲାପାଳ ଡ଼ଃ ଈପସିତା ପ୍ରିୟଦର୍ଶନୀ ମିଶ୍ର ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ ବିଡ଼ିଓ ସୋମ୍ୟ ରଞ୍ଜନ ସ୍ୱାଇଁ, କ୍ରୀଡା ଅଧିକାରୀ ଅଭିଳାଷ ପୁରୋହିତ, ସଂସ୍କୃତି ଅଧିକାରୀ ଯମୁନା ପ୍ରାଧାନ, ବିଭାଗ ର ଦୁଃଖିଶ୍ୟାମ ସେଠି, ନିରାକାର ଦେହେରି ଓ ସାଂସ୍କୃତିକ କମିଟି ର ଲଡ଼ୁ କିଶୋର ମଲ୍ଲିକ, ଦେବାଶିଷ ପଟ୍ଟନାୟକ, ପୁରୁଷୋତ୍ତମ ପାଣିଗ୍ରାହୀ, ଦିଲ୍ଲୀପ ପାତ୍ର, ପ୍ରମୁଖ ସମସ୍ତ ସଦସ୍ୟ ଙ୍କ ମିଳିତ ସହଯୋଗ ରେ କାର୍ଯ୍ୟକ୍ରମ କୁ ସଫଳ କରାଯାଇଛି । ସାଂସ୍କୃତିକ କାର୍ଯ୍ୟକ୍ରମ କୁ ମାନଭଞ୍ଜନ ମିଶ୍ର ପରିଚାଳନା କରିଥିଲେ । ବିରାଟ ଏଲ ଇ ଡି ସ୍କ୍ରିନ ରେ ମହୋତ୍ସବ ପଡିଆ ରେ ହଜାର ଦର୍ଶକ ବିଶ୍ୱ କପ ହକି ଖେଳ କୁ ଉପଭୋଗ କରୁଥିବା ବେଳେ ମହୋତ୍ସବ ରେ ପ୍ରତିଦିନ ହଜାର ହଜାର ଲୋକଙ୍କ ଜନ ସମାଗମ ହେଉଛି ।

ପଲ୍ଲିଶ୍ରୀ ମେଳା, ଜିଲ୍ଲା ଉନ୍ନୟନ ପ୍ରଦର୍ଶନୀ ମେଳା, ହକି ଖେଳ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦର୍ଶକଙ୍କ ପ୍ରବଳ ଭିଡ଼ ଲାଗି ରହୁଛି । ମହୋତ୍ସବ ପଡିଆ ର ବାଟେ ଘାଟେ ପ୍ରତ୍ୟକ କାର୍ଯ୍ୟକ୍ରମ ରେ ଭିଡ଼ କୁ ନିୟନ୍ତ୍ରଣ କରିବା ଓ କୌଣସି ଜାଗାରେ ଯେମିତି ଅପ୍ରିତିକର ପରିସ୍ଥିତି ସୃଷ୍ଟି ନ ହେବ ସେଥିପାଇଁ ଏସପି ଶ୍ରୀ ପଣ୍ଡା ଙ୍କ ପରାମର୍ଶ ଓ ତତ୍ୱାବଧାନ ରେ ଏସଡ଼ିପିଓ ପୁଷ୍ପାଞ୍ଜଳୀ ନିଙ୍ଗୀ ଙ୍କ ଉପସ୍ଥିତି ରେ ଜ଼ିଲ୍ଲା ପୁଲିସ ବିଭାଗ ଷ୍ଟାଡିୟମ ର ଚାରି ପାଖରେ କଡା ସୁରକ୍ଷା ବ୍ୟବସ୍ଥା କରିଛି ।