ବେଆଇନ କ୍ରୋମାଇଟ ଖଣିରେ ଏସଟିଏଫ ଚଢ଼ାଉ

0
106
ଚଢ଼ାଉ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭଦ୍ରକ, (୧୯/୦୧) : ଭଦ୍ରକ ଭଣ୍ଡାରିପୋଖରୀ ୧୬ ନମ୍ବର ଜାତୀୟ ରାଜପଥ ଡାହାଲା ଛକ ନିକଟର ଥିବା ବେଆଇନ ଗଛିତ କ୍ରୋମାଇଟ ଖଣି ଉପରେ ଚଢ଼ାଉ କରିଛି କଟକର ଏକ STF ଟିମ୍ ।

ଏଥିରେ ନିୟୋଜିତ ଥିବା ଦୁଇଟି ଟ୍ରକ୍ ଓ ଏକ JCB କୁ ମଧ୍ୟ ଜବତ କରିଥିବା ସୂଚନା ମିଳିଛି । ତେବେ ବୁଧବାର ବିଳମ୍ବିତ ରାତିରେ କ୍ରୋମାଇଟ ଚାଲାଣ କରୁଥିବା ବେଳେ ଏସଟିଏଫ ଟିମ ଖବର ପାଇ ୬ ଜଣ ବ୍ୟକ୍ତି ଙ୍କୁ ଭଣ୍ଡାରିପୋଖରୀ ଥାନାରେ ଅଟକ ରଖିଥିବା ବେଳେ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ପୂର୍ବତନ ସରପଞ୍ଚ ଥିବା ସୂଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ଚଢ଼ାଉ ଜାରି ରହିଥିବା ଜଣାପଡିଛି ।