୪ ଜଣ ଆହତ ଅଳ୍ପକେ ବର୍ତିଲେ ୪୦ ଯାତ୍ରୀ

0
87
୪ ଜଣ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବୌଦ୍ଧ, (୧୯/୦୧) : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଜାତୀୟ ରାଜପଥ କରଡାକୋଠା ଠାରେ ଘରୋଇ ବସ ଦୁର୍ଘଟଣାଗସ୍ତ । ୪ ଜଣ ଆହତ ଅଳ୍ପକେ ବର୍ତିଲେ ୪୦ ଯାତ୍ରୀ ।

ବସଟି ଭୁବନେଶ୍ୱର ରୁ ଉଲୁଣ୍ଡା ଯାଉଥିବା ସୂଚନା । ଆହତଙ୍କୁ ପୁରୁଣାକଟକ ମେଡ଼ିକାଲରେ ଭର୍ତି । ପୋଲିସର ତଦନ୍ତ ଜାରି । ସୂଚନା ଅନୁଯାୟୀ ବେଲୁନ ନାମକ ଘରୋଇ ବସ ଭୁବନେଶ୍ୱରରୁ ଉଲୁଣ୍ଡା ଆସୁଥିବା ବେଳେ ପୁରୁଣାକଟକ ଥାନା ଜାତୀୟ ରାଜପଥ କରଡ଼ାକୋଠା ଠାରେ ଭାରସାମ୍ୟ ହରାଇ ସେଫଟି ପୋଲରେ ବାଡେଇ ହୋଇ ଡ୍ରେନ ଭିତରକୁ ଖସି ପଡ଼ିଥିଲା । ଫଳରେ ୪ ଜଣ ଆହତ ହୋଇଥିବା ବେଳେ ବସରେ ଥିବା ୪୦ ଜଣ ଯାତ୍ରୀ ଅଳ୍ପକେ ବର୍ତିଯାଇଥିଲେ । ଆହତଙ୍କୁ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପରେ ଛାଡି ଦିଆଯାଇଥିବା ବେଳେ ଅନ୍ୟ ଯାତ୍ରୀ ମାନଙ୍କୁ ଆଉ ଏକ ବସ ଯୋଗେ ଗନ୍ତବ୍ୟ ସ୍ଥଳକୁ ପଠାଯାଇଥିବା ଜଣାପଡ଼ିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି ।