ତେଲ ପକାଇବା ବିଳମ୍ବ ହେବାରୁ ପେଟ୍ରୋଲ କର୍ମଚାରୀଙ୍କୁ ସଂଘବଦ୍ଧ ଆକ୍ରମଣ

0
101
ତେଲ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭଦ୍ରକ, (୧୮/୦୧) : ତେଲ ପକାଇବାରେ ବିଳମ୍ବ ହେବାରୁ ଜଣେ ପେଟ୍ରୋଲ କର୍ମଚାରୀଙ୍କୁ କିଛି ଯୁବକ ସଂଘବନ୍ଧ ଭାବେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଅନ୍ତର୍ଗତ ମଙ୍ଗଳପୁର ଛକ ନିକଟରେ ଏହି ଘଟଣା ଘଟିଛି । ଯୁବକଙ୍କ ଆକ୍ରମଣରେ ପେଟ୍ରୋଲ କର୍ମଚାରୀ ଆହତ ହୋଇଥିଲେ । ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୋମବାର ଦିନ ମଙ୍ଗଳପୁର ଛକ ନିକଟରେ ଥିବା ପେଟ୍ରୋଲ ପମ୍ପକୁ ଜଣେ ଯୁବକ ତେଲ ପକାଇ ବାକୁ ଆସିଥିଲେ । ତେଲ ପକାଇବା ବିଳମ୍ବ ହେବାରୁ ଜଣେ ପେଟ୍ରୋଲ କର୍ମଚାରୀଙ୍କ ସହ ଯୁବକଙ୍କର ବଚସା ହୋଇଥିଲେ । ସ୍ଥାନୀୟ ଲୋକମାନେ ବୁଝାସୁଝା କରିବା ପରେ ଯୁବକ ଜଣଙ୍କ ପଳାଇ ଯାଇଥିଲେ ।

ଗତକାଲି ସଂପୃକ୍ତ ଯୁବକ କିଛି ଯୁବକଙ୍କୁ ନେଇ ପେଟ୍ରୋଲ ପମ୍ପ ନିକଟକୁ ଆସିଥିଲେ । ଉକ୍ତ ପେଟ୍ରୋଲ କର୍ମଚାରୀଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଅନ୍ୟ ପେଟ୍ରୋଲ କର୍ମଚାରୀମାନେ ଅଟକାଇବାରୁ ସେମାନଙ୍କୁ ମଧ୍ୟ ଯୁବକମାନେ ଆକ୍ରମଣ କରିଥିଲେ । କିଛି ସମୟ ଧରି ପେଟ୍ରୋଲ କର୍ମଚାରୀ ଓ ଯୁବକଙ୍କ ମଧ୍ୟ ମାରପିଟ୍‌ ହୋଇଥିଲା । ପରେ ଯୁବକମାନେ ସେଠାରେ ପଳାଇଯାଇଥିଲେ । ଏ ନେଇ ପେଟ୍ରୋଲ ପମ୍ପର ମାଲିକ ଧୂଷୁରୀ ଥାନାରେ ଅଭିଯୋଗ କରିଛନ୍ତି । ଯେଉଁ ମାନେ ଆକ୍ରମଣ କରିଛନ୍ତି ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ।