ଲାପଟପ୍ ଓ ମୋବାଇଲରେ ଭିଡିଓ କଲ୍ ଚାଲିଥିଲା, ଝୁଲି ପଡ଼ିଲେ ଏମ୍‌ସିଏ ଛାତ୍ର

0
96
ଲାପଟପ୍

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୧୮/୦୧) : ପ୍ରେମ୍‌କୁ ନେଇ ଇମୋସନାଲ ହେଲେ । ପ୍ରେମିକାର କୌଣସି କଥା ହୃଦୟକୁ ଆଘାତ ଦେବା ପରେ ମାନସୀକ ଭାରସାମ୍ୟ ହରାଇ ଲାପଟପ୍ ଓ ମୋବାଇଲରେ ଭିଡିଓ କଲ୍ ଚାଲିଥିଲା ଓ ଛାତ୍ର କଲେ ଆତ୍ମହତ୍ୟା

କଟକ ଷଣ୍ଢପୁର ଅଞ୍ଚଳରେ ଆଜି ଏହି ଘଟଣା ଘଟିଛି । ଛାତ୍ରଙ୍କ ଝୁଲନ୍ତା ମୃତଦେହ ସେ ରହୁଥିବା ଭଡ଼ା ଘରୁ ଉଦ୍ଧାର କରାଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଭିଡିଓ କଲ୍ କରି ସେ ଆତ୍ମହତ୍ୟା କରିଛନ୍ତି । ମୃତଦେହ ଉଦ୍ଧାର ବେଳେ ଛାତ୍ରଙ୍କ ଲାପଟପ୍ ଓ ମୋବାଇଲ ଖୋଲାଥାଇ ଭିଡିଓ କଲ୍ ଚାଲିଥିଲା । ମୃତ ଛାତ୍ରଙ୍କ ନାଁ ମନୋଜ ବେହେରା । ଘର ଯାଜପୁର ଅଞ୍ଚଳରେ । ମନୋଜ କଟକ ଗୋଡିସାହି ସ୍ଥିତ ଏକ ଘରୋଇ ବିଶ୍ୱବିଦ୍ୟାଳୟ ର ଏମସିଏ ପ୍ରଥମ ବର୍ଷର ଛାତ୍ର ଥିଲେ । ନିକଟସ୍ଥ ଷଣ୍ଢପୁର ଅଞ୍ଚଳରେ ଏକ ଭଡ଼ା ଘରେ ରହୁଥିଲେ ।

ଆଜି ଅପରାହ୍ନରେ ଘର ଭିତରେ ପାର୍ଶ୍ୱରୁ କବାଟ ଦେବା ପରେ ବେଡ୍‌ସିଟ୍‌କୁ ବେକରେ ବାନ୍ଧି ଝୁଲି ପଡ଼ିଥିଲେ । କିଛି ସମୟ ପରେ ତାଙ୍କୁ ଭଲ ପାଉଥିବା ଯୁବତୀ ଜଣକ ଆସି କବାଟ ବାଡେଇଥିଲେ । ହେଲେ ନଖୋଲିବାରୁ ଘର ମାଲିକଙ୍କୁ ଡାକିଥିଲେ । ଘର ମାଲିକ ଘର ଝରକା ଖୋଲି ଦେଖନ୍ତି, ଭିତରେ ମୃତଦେହ ଝୁଲୁଛି । ପରେ ସେ ଏ ନେଇ ଛାତ୍ରଙ୍କ ଭାଇ ଓ ପୁଲିସକୁ ଖବର ଦେଇଥିଲେ । ସେମାନେ ପହଞ୍ଚିବା ପରେ କବାଟ ଭାଙ୍ଗି ମୃତଦେହକୁ ବାହାର କରାଯାଇଥିଲା । ବାରଙ୍ଗ ଥାନା ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି । ମୃତ୍ୟୁ ସମୟରେ ଘରେ ଥିବା ମୋବାଇଲ ଓ ଲାପଟପ୍ ଖୋଲା ଥିବାରୁ ଏହା ଏକ ପ୍ରେମ ଜନିତ ଆତ୍ମହତ୍ୟା ବୋଲି ପୁଲିସ ସନ୍ଦେହ କରୁଛି ।