Thursday, March 28, 2024

Top 5 This Week

Related Posts

ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ସ୍ୱତନ୍ତ୍ର ବସ କୁ ଶୁଭାରମ୍ଭ କଲେ ଜିଲ୍ଲାପାଳ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୮/୦୧) : ରାଜ୍ୟ ସରକାରଙ୍କ ନାଗରିକ ତୀର୍ଥ ଯାତ୍ରା ଯୋଜନା ପରିପ୍ରେକ୍ଷୀରେ ଆଜି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସର ରୁ ଜିଲ୍ଲାର ୫୨ ଜଣ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରୀଙ୍କୁ ନେଇ ବାହାରିଥିବା ବସ କୁ ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱଣେ ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଶୁଭାରମ୍ଭ କରିବା ସହ ସଫଳ ଯାତ୍ରା ନିମନ୍ତେ ଶୁଭକାମନା କରିଛନ୍ତି ।WhatsApp Image 2023 01 18 at 10.07.53 1 ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ସ୍ୱତନ୍ତ୍ର ବସ କୁ ଶୁଭାରମ୍ଭ କଲେ ଜିଲ୍ଲାପାଳ

ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ନିଶିପୁନମ ମିଞ୍ଜ, ଡେପୁଟି କଲେକ୍ଟର ଆନନ୍ଦ ପଣ୍ଡା ତଥା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର କର୍ମଚାରୀ ଉପସ୍ଥିତ ରହି ବରିଷ୍ଠନାଗରିକ ତୀର୍ଥଯାତ୍ରୀଙ୍କ ସଫଳ ତୀର୍ଥ ଭ୍ରମଣ ନିମନ୍ତେ ଶୁଭ କାମନା କରି ଉତ୍ସାହିତ କରିଥିଲେ । ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ବରିଷ୍ଠ ରାଜସ୍ୱ ସହାୟକ ସହଦେବ ମେହେର ଓ କପିଳେଶ୍ୱର ତ୍ରିପାଠୀ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲାରୁ ବରିଷ୍ଠ ତୀର୍ଥ ଯାତ୍ରୀ ଙ୍କୁ ନେଇ ବାହାରିଥିବା ଏହି ବସ ଗତକାଲି ସନ୍ଧ୍ୟା ରେ ସମ୍ବଲପୁର ରେ ପହଞ୍ଚିଛି । ସରକାରଙ୍କ ଦ୍ୱାରା ବ୍ୟବସ୍ଥିତ ସ୍ୱତନ୍ତ୍ର ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଟ୍ରେନ ଆମ ଜିଲ୍ଲାର ୫୨ ଜଣ ବରିଷ୍ଠ ତୀର୍ଥ ଯାତ୍ରୀ ଙ୍କ ସହ ରାଜ୍ୟ ର ବିଭିନ୍ନ ଅନ୍ୟ ୯ ଟି ଜିଲ୍ଲାର ବରିଷ୍ଠନାଗରିକ ତୀର୍ଥ ଯାତ୍ରୀଙ୍କୁ ନେଇ ବୃନ୍ଦାବନ, ମଥୁରା ଓ ଆଗ୍ରା ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି ।

Popular Articles