Friday, March 29, 2024

Top 5 This Week

Related Posts

ସଡକ ସୁରକ୍ଷା ସପ୍ତାହ ଉଦଯାପନି ଦିବସରେ ଆୟୋଜିତ ହେଲା ସଚେତନତା ରାଲି ଓ ସଭା

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୧୭/୦୧) : ବୌଦ୍ଧ ଜିଲ୍ଲାରେ ସଡକ ସୁରକ୍ଷା ସପ୍ତାହ ଉଦଯାପିତ ହୋଇଯାଇଛି । ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ, ଜିଲ୍ଲା ପ୍ରଶାସନ, ଜିଲ୍ଲା ପୋଲିସ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ରାଲି ସହର ପରିକ୍ରମା କରିଥିଲା ।

ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ମୁଖ୍ୟ ଅତିଥି ଭାବେ ସଡକ ସୁରକ୍ଷା ସପ୍ତାହ କାର୍ଯ୍ୟକ୍ରମ ରେ ଯୋଗ ଏହି ରାଲିକୁ ପତାକା ଦେଖାଇ ଆରମ୍ଭ କରିଥିଲେ । ରାଲି ରେ ଜିଲ୍ଲା ଡ୍ରାଇଭର ମହାସଂଘ ର ସଦସ୍ୟ ମାନେ ଯୋଗ ଦେଇଥିଲେ । ସେହିପରି ଜିଲ୍ଲା ପୋଲିସ ପକ୍ଷରୁ ଆୟୋଜିତ ରାଲି ରେ ବିଭିନ୍ନ ସ୍କୁଲ କଲେଜ ର ଛାତ୍ର ଛାତ୍ରୀମାନେ, ପ୍ରଶାସନିକ ଅଧିକାରୀ, କର୍ମଚାରୀଙ୍କ ସମତେ ସାଧାରଣ ଲୋକେ ସାମିଲ ହୋଇ ସହର ପରିକ୍ରମା କରିଥିଲେ । ଶେଷରେ ଟାଉନହଲ ଠାରେ ଏକ ଏମଭିଆଇ ମିଲି ସାହୁଙ୍କ ଅଧକ୍ଷତରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା ।

Popular Articles