Friday, March 29, 2024

Top 5 This Week

Related Posts

ଜିଓ ଫୋନ୍ ନେକ୍ସଟ ର ଫିଚର୍ସ ହେଲା ଅନଲାଇନ୍ ଲିକ୍ : ଫୋନ୍ ର ଦାମ୍ ୩୪୯୯ ଟଙ୍କା ରହିବ

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର,(୧୯/୦୮) : ଚଳିତ ବର୍ଷ ପ୍ରାରମ୍ଭରେ ରିଲାଏନ୍ସ ଜିଓ, ଜିଓ ଫୋନ୍ ନେକ୍ସଟ ନେଇ ଘୋଷଣା କରିଥିଲା । ୧୦ ସେପ୍ଟେମ୍ବରରେ ରିଲିଜ ହେବା ପୂର୍ବରୁ ଏହି ଫୋନର ସବୁ ଫିଚର୍ସ ଲିକ୍ ହୋଇଯାଇଛି । ଗତ ସପ୍ତାହରେ ଏହାର ଫିଚର୍ସ ଅନଲାଇନ୍ ଲିକ୍ ହୋଇଥିଲା ଏବଂ ଏବେ ଏହାର ଦାମ୍ ମଧ୍ୟ ଲିକ୍ ହୋଇଯାଇଛି |

ସୂଚନା ଅନୁସାରେ ଜିଓ ଫୋନ୍ ନେକ୍ସଟ ର ଦାମ୍ ୩୪୯୯ ଟଙ୍କା ରହିବ । ଏଥିରେ ୫.୫ ଇଞ୍ଚ ଏଚଡି ଡିସପ୍ଲେ ଓ ୪ଜି ଡୁଆଲ୍ ସିମ୍ ସପୋର୍ଟ ମିଳିବ । ଏଥିରେ ୨୫୦୦ ଏମଏଏଚ୍ ବ୍ୟାଟେରୀ ମିଳିବ ବୋଲି ଜଣାପଡିଛି |

ଏଥିରେେ ଏକ ପଲି କାର୍ବୋନେଟ୍ ବ୍ୟାକ୍ ସହିତ ଉପରେ ଏକ କ୍ୟାମେରା ମଡ୍ୟୁଲକୁ ସପୋର୍ଟ କରିବା ଭଳି ଲାଗୁଛି । ଏହା ବ୍ୟତୀତ ବ୍ୟାକ୍ ପ୍ୟାନେଲରେ ସ୍ପିକର ଗ୍ରିଲ୍ ସହିତ ଜିଓ ବ୍ରାଣ୍ଡିଂ ମଧ୍ୟ ମିଳିବ । ଫ୍ରଣ୍ଟ ପ୍ୟାନେଲରେ ସେଲ୍ଫି କ୍ୟାମେରା ମିଳିବ |

ଜିଓ ଘୋଷଣା କରିଛି ଯେ ଡିଭାଇସ ୪ଜି କନେକ୍ଟିଭିଟି ସହିତ ଆସିବ । ଏହା ସହିତ କମ୍ପାନୀ ଘୋଷଣା କରିଛି ଯେ ସେ ଆଣ୍ଡ୍ରଏଡର ଏକ ବିଶେଷ ଭର୍ସନ ଆଣିବ । ଏଥିରେ ଗୁଗଲ ଆସିଷ୍ଟାଣ୍ଟ, ଟେକ୍ସଟଟୁ ସ୍ପିଚ୍, ଏଆଇ ଫିଲ୍ଟର ଓ ଅନେକ ସୁବିଧା ସାମିଲ ହେବ |

Popular Articles