ସ୍ୱପ୍ନ ର ଭାରତକୁ ସାକାର କରିବାର ଲକ୍ଷ ନେଇ ଗୁଣପୁରରେ ଅମୃତ ମହୋତ୍ସବ ଯାତ୍ରା

0
159
ସ୍ୱପ୍ନ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୧୭/୧) : ସ୍ୱପ୍ନ ର ଭାରତକୁ ସାକାର କରିବାର ଲକ୍ଷ ନେଇ ଗୁଣପୁରରେ ଅମୃତ ମହୋତ୍ସବ ଯାତ୍ରା । ଅସୀମ ତ୍ୟାଗ ଓ ପରାକ୍ରମୀ ମାନଙ୍କ ଦ୍ଵାରା ଜନନୀ ଜନ୍ମଭୂମିକୁ ଦାସତ୍ୱ ବନ୍ଧନରୁ ମୁକ୍ତ କରିଥିବା ଅସଂଖ୍ୟ ପରିଚିତ ଓ ଅପରିଚିତ ସଂଗ୍ରାମୀ ମାନଙ୍କୁ ସ୍ମରଣ କରିବା ସହ ତାଙ୍କ ପ୍ରତି କୃତଜ୍ଞତା ପରିପ୍ରକାଶ କରିବା ପାଇଁ ଅମୃତ ମହୋତ୍ସବ ର ପରିକଳ୍ପନା ।

ଯୁବ ସମାଜ ମଧ୍ୟରେ ଥିବା ସୁପ୍ତ ଦେଶଭକ୍ତିକୁ ଜାଗ୍ରତ କରିବା ସ୍ୱପ୍ନ ନେଇ ଏକ ଭବ୍ୟ ରଥ ଓଡ଼ିଶାର ୨୨ ଜିଲ୍ଲା ଭ୍ରମଣର ଲକ୍ଷନେଇ ଆଜି ଗୁଣପୁରରେ ପହଞ୍ଚିଛି । ବିଭିନ୍ନ ଶିକ୍ଷାନୁଷ୍ଠାନ ତରଫରୁ ଏହି ଅମୃତ ମହୋତ୍ସବ ଯାତ୍ରା ରଥକୁ ଭବ୍ୟ ସ୍ୱାଗତ କରାଯାଇଥିଲା । ନବୀନ ପିଢ଼ି ମନରେ ଦେଶପ୍ରେମର ଭାଵ ଜାଗ୍ରତ କରିବା ଉଦ୍ଦେଶ୍ୟରେ ସ୍ଥାନୀୟ ଆୟାପା ମନ୍ଦିର ପ୍ରାଙ୍ଗଣରେ ଏକ ପଥପ୍ରାନ୍ତ ନାଟକ ପରିବେଷଣ ହୋଇଥିଲା । ସନ୍ଧ୍ୟାରେ ନୂତନ ବସଷ୍ଟାଣ୍ଡ ଠାରେ ଏକ ଜାଗୃତି ସଭାର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ବକ୍ତା ଭାବେ ସ୍ୱାମୀ ବିବେକାନନ୍ଦ କେନ୍ଦ୍ର , କନ୍ୟାକୁମାରୀ – ଓଡ଼ିଶା ପ୍ରାନ୍ତର ସଙ୍ଗଠକ ଶ୍ରୀମାନ ରବି ନାଇଡୁ ଭାଇ ଯୋଗଦେଇ ସ୍ୱାମୀ ବିବେକାନନ୍ଦଙ୍କ ସିଦ୍ଧାନ୍ତ ଓ ଆଦର୍ଶ ସମ୍ବନ୍ଧରେ ନିଜ ବକ୍ତବ୍ୟ ରଖିଥିଲେ ।

ମଞ୍ଚାସୀନ ଅତିଥି ଗୁଣପୁର ବିଧାୟକ ଶ୍ରୀଯୁକ୍ତ ରଘୁନାଥ ଗମାଙ୍ଗ, ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ବିକାଶ ରଞ୍ଜନ ବେହୁରା, ସଭାପତି ଗଜପତି ରାଓ, ନଗର ସଞ୍ଚାଳକ ଶ୍ରୀଯୁକ୍ତ ଜଗନ୍ନାଥ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଅମୃତ ମହୋତ୍ସବ ଉଦ୍ଦେଶ୍ୟ ଓ ଲକ୍ଷ ସମ୍ବନ୍ଧରେ ନିଜ ନିଜ ଅଭିଭାଷଣ ପ୍ରଦାନ କରିଥିଲେ । ସଭାରେ ତିନି ଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ଦାୟଦଙ୍କୁ ମାନପତ୍ର ସହ ଉପଢୈ।କନ ପ୍ରଦାନ କରାଯାଇଥିଲା । ତେବେ ସ୍ୱାମୀ ବିବେକାନନ୍ଦଙ୍କ ନୀତି , ଆଦର୍ଶ ଯୁବପୀଢୀକୁ କେତେ ଅନୁପ୍ରାଣିତ କରୁଛି ଓ ୨୦୪୭ ସୁଦ୍ଧା ସ୍ୱପ୍ନର ଭାରତ ଗଠନର ଲକ୍ଷ କେତେଦୂର ପୂରଣ ହୋଇପାରୁଛି ଦେଖିବାକୁ ବାକି ରହିଲା ।