ସୁବର୍ଣ୍ଣ ଲୋକମହୋତ୍ସବ ର ଦ୍ଵିତୀୟ ସନ୍ଧ୍ୟା

0
121
ସୁବର୍ଣ୍ଣ ଲୋକମହୋତ୍ସବ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୫/୦୧) : ଜିଲ୍ଲା ଉନ୍ନୟନ ପ୍ରଦର୍ଶନୀ, ପଲ୍ଲିଶ୍ରୀ ମେଳା ଓ ନୃତ୍ୟ ଗୀତ ର ମହାପାର୍ବଣ ସୁବର୍ଣ୍ଣ ଲୋକମହୋତ୍ସବ ୨୦୨୩ ର ଆଜି ଦ୍ଵିତୀୟ ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଘାଟିତ ହୋଇ ଯାଇଛି ।WhatsApp Image 2023 01 16 at 11.41.23 ସୁବର୍ଣ୍ଣ ଲୋକମହୋତ୍ସବ ର ଦ୍ଵିତୀୟ ସନ୍ଧ୍ୟା

ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶା, ଜିଲ୍ଲା ସଂସ୍କୃତି ପରିଷଦ ଓ ଜିଲ୍ଲା କଳା ସଂସ୍କୃତି ସଂଘ ସୁବର୍ଣ୍ଣପୁର ଦ୍ୱାରା ଶ୍ରୀ ରାମେଶ୍ୱର ଷ୍ଟାଡିଅମ ଠାରେ ବର୍ଣ୍ଣାଢ୍ୟ ପରିବେଶରେ ଆୟୋଜିତ ଆଜି ସୁବର୍ଣ୍ଣ ଲୋକମହୋତ୍ସବ ର ଦ୍ଵିତୀୟ ଦିବସରେ ମୁଖ୍ୟ ଅତିଥି ଡ. ସୁରେଶ ଚନ୍ଦ୍ର ଦଳାଇ ଭା. ପ୍ର. ସେ. ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଓ ସମ୍ମାନିତ ଅତିଥି ଭାବେ ଡ.ଦୀପକ କୁମାର ଆରକ୍ଷୀ ମହା ନିରୀକ୍ଷକ ଏନ. ଆର. ସମ୍ବଲପୁର, ଶ୍ରୀମତୀ ସାରା ଶର୍ମା ଆରକ୍ଷୀ ଅଧିକ୍ଷକ ଦୁର୍ନୀତି ନିବାରଣ ସମ୍ବଳପୁର ଶାଖା, ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ, ଅମରେଶ ପଣ୍ଡା ଏସପି ସୁବର୍ଣ୍ଣପୁର ଯୋଗ ଦେଇ ସୁବର୍ଣ୍ଣପୁର ର କଳା ସଂସ୍କୃତି ଓ ପର୍ୟ୍ୟଟନ କୁ ଭୁୟସୀ ପ୍ରଶଂସା କରି ଏଠାକାର ହକି ଉତ୍ସାହ ଓ ମାହୋଲ କୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ । WhatsApp Image 2023 01 16 at 11.41.24 1 ସୁବର୍ଣ୍ଣ ଲୋକମହୋତ୍ସବ ର ଦ୍ଵିତୀୟ ସନ୍ଧ୍ୟା

ସୋନପୁର ର ପ୍ରାକ୍ତନ ଏସପି ସାରା ଶର୍ମା ମଞ୍ଚ ରେ ସୁନ୍ଦର ସଂଗୀତ ପରିବେଷଣ କରି ଦର୍ଶକ ଙ୍କୁ ଖୁସି କରିଥିଲେ ।  ସଂଗୀତକାର ଶାଶ୍ୱତ ତ୍ରିପାଠୀ ହକି ସଂଗୀତ ଗାନ କରି ଜାତୀୟ ଖେଳ ହକି ଉପରେ ସମସ୍ତ ଙ୍କୁ ଆକର୍ଷିତ କରିଥିଲେ ।  ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲ୍ୟ ବିବାହ ନିରୋଧ ଉପରେ ମଞ୍ଚ ରେ ନାଟକ ମାଧ୍ୟମ ରେ ସଚେତନତା ବାର୍ତ୍ତା ଦେଇଥିଲେ । ଯାହାକି ଉପସ୍ଥିତ ଦର୍ଶକ ଙ୍କୁ ଭାବ ବିହ୍ଵଳ କରିପକାଇଥିଲା । ବାଲ୍ୟ ବିବାହ ଉପରେ ଜ଼ିଲ୍ଲାପାଳ ଙ୍କ ନାଚ ମାଧ୍ୟମ ରେ ସଚେତନତା ବାର୍ତ୍ତା ଦର୍ଶକ ବିମୋହିତ ହୋଇଥିଲେ । ଓଡ଼ିଶା ର ସୁନାମଧନ୍ୟ ସିଙ୍ଗର ଙ୍କ ନାଚଗୀତ ରେ ବିଳମ୍ବିତ ରାତି ଯାଏ ଅଗଣିତ ଦର୍ଶକ ଖୁବ ମଜା ନେଇଥିଲେ ।