ଅମରପାଲି ପ୍ରିମିଅର ଲିଗ ଉଦଘାଟିତ : ଲୁତୁରପଙ୍କ କୁ ହରାଇ ଗୁଦଗୁଦା ସେମିଫାଇନାଲରେ

0
208
ଅମରପାଲି

ରିପୋର୍ଟ : ପ୍ରେମାନନ୍ଦ ନାଏକ
ବୀରମହାରାଜପୁର, (୧୫/୦୧) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ସ୍ଥିତ ଭଗବାନ ସାହୁ ଗ୍ରାଉଣ୍ଡରେ ଜେମସଷ୍ଟାର କ୍ଲବ ଆନୁକୂଲ୍ୟରେ ଅମରପାଲି ପ୍ରିମିଅର ଲିଗ କ୍ରିକେଟ ଉଦଘାଟିତ ହୋଇଯାଇଛି ।WhatsApp Image 2023 01 15 at 09.34.14 1 ଅମରପାଲି ପ୍ରିମିଅର ଲିଗ ଉଦଘାଟିତ : ଲୁତୁରପଙ୍କ କୁ ହରାଇ ଗୁଦଗୁଦା ସେମିଫାଇନାଲରେ

ବହଳପଦର କ୍ଲଷ୍ଟର ର ସିଆରସିସି ପ୍ରଦୀପ ଜଗଦଲା ମୁଖ୍ୟ ଅତିଥି ଏବଂ କ୍ରୀଡାବିତ ନାରାୟଣ ପ୍ରଧାନ ଓ ଆହାଲ୍ଲାଦ ସାହୁ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଅମରପାଲି ପ୍ରିମିଅର ଲିଗ କ୍ରିକେଟ ଟୁର୍ଣ୍ଣାମେଣ୍ଟ କୁ ଉଦଘାଟନ କରିଥିଲେ । ଉଦଘାଟନୀ ମ୍ୟାଚ ଟି ପିସିସି ଖଣ୍ଡହତା ଓ ଗୁଦଗୁଦା ମଧ୍ୟରେ ହୋଇଥିଲା । ଗୁଦଗୁଦା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ରେ ସମସ୍ତ ଉଇକେଟ ହରାଇ ୮୨ରନ କରିଥିଲା । ଯବାବରେ ଖଣ୍ଡହତା ଦଳ ନିର୍ଦ୍ଧାରିତ ୧୦ ଓଭର ରେ ୯ ଉଇକେଟ ହରାଇ ୭୫ ରନ କରି ପରାସ୍ତ ହୋଇଥିଲା । ଦ୍ଵିତୀୟ ମ୍ୟାଚ ଟି ଲୁତୁରପଙ୍କ ଓ କାଦୋଦର ମଧ୍ୟରେ ହୋଇଥିଲା । ଲୁତୁରପଙ୍କ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭର ରେ ୫ ଉଇକେଟ ହରାଇ ୯୯ରନ କରିଥିଲା । ଯବାବରେ କାଦୋଦର ଦଳ କାଦୋଦର ଦଳ ନିର୍ଦ୍ଧାରିତ ୮ ଓଭର ରେ୯ ଉଇକେଟ ହରାଇ ୫୮ରନ କରି ପରାସ୍ତ ହୋଇଥିଲା ।

ପ୍ରଥମ ମ୍ୟାଚର ବିଜେତା ଗୁଦଗୁଦା ଓ ଦ୍ଵିତୀୟ ମ୍ୟାଚ ର ବିଜେତା ଲୁତୁରପଙ୍କ ମଧ୍ୟରେ କ୍ୱାଟର ଫାଇନାଲ ମ୍ୟାଚ ହୋଇଥିଲା । ଏଥିରେ ଗୁଦଗୁଦା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭର ରେ ୮ ଉଇକେଟ ହରାଇ ୯୬ରନ କରିଥିଲା ।ଯବାବରେ ଲୁତୁରପଙ୍କ ଦଳ ନିର୍ଦ୍ଧାରିତ ୮ ଓଭରରେ ୭ ଉଇକେଟ ହରାଇ ୮୪ରନ କରି ପରାସ୍ତ ହୋଇଥିଲା ।ଫଳରେ ଗୁଦଗୁଦା ଦଳ ସେମିଫାଇନା ରେ ପ୍ରବେଶ କରିଛି।ମ୍ୟାଚ ଗୁଡିକରେ ସମ୍ବିତ ମାଝି,ପିତବାସ ଦେହୁରୀ, ତଥାଗତ ସାହୁ, ସବ୍ୟସାଚୀ ବଘାର, ଭାଗବତ ପଧାନ ଓ ସୁମନ ପଧାନ ଅମ୍ପାୟାର, ଲିପୁନ ପଧାନ ଓ ଶୁଭେନ୍ଦୁ ଶେଖର ସାହୁ ସ୍କୋରିଂ ଏବଂ ପୀତାମ୍ବତ ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ ।