ଜୁନାଗଡ଼ ଠାରେ କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ କ୍ରାନ୍ତିଶୋଭା ଯାତ୍ରା

0
121
ଜୁନାଗଡ଼ ଠାରେ କଳାହାଣ୍ଡି

ରିପୋର୍ଟ : ଦେବଦତ୍ତ ପଣ୍ଡା
କଳାହାଣ୍ଡି, (୧୫/୦୧) : ଜୁନାଗଡ଼ ଠାରେ କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ କ୍ରାନ୍ତିଶୋଭା ଯାତ୍ରା । ଭାରତୀୟ ସ୍ଵାଧିନତା ସଂଗ୍ରାମର ମହାନାୟକ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କର ଦେଶପାଇଁ ଅବଦାନ ଅତୁଳନୀୟ ।WhatsApp Image 2023 01 14 at 21.11.36 ଜୁନାଗଡ଼ ଠାରେ କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ କ୍ରାନ୍ତିଶୋଭା ଯାତ୍ରା

ଜୁନାଗଡ଼ ଠାରେ କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ କ୍ରାନ୍ତିଶୋଭା ଯାତ୍ରା । ବିଶ୍ଵଯୁଦ୍ଧ ସମୟରେ ବିଦେଶ ଭୂମିରେ ଆଜାଦ ହିନ୍ଦ୍ ଫୌଜ୍ ଓ ଆଜାଦ୍ ହିନ୍ଦ୍ ସରକାର ଗଠନ କରି ୧୯୪୩ ମସିହା ଡିସେମ୍ବର ୩୦ ତାରିଖରେ ଭାରତର ସ୍ଵତନ୍ତ୍ରତା ଘୋଷଣା କରିଥିଲେ । ଏହା ଭାରତର ବ୍ରିଟିସ୍ ସରକାରଙ୍କୁ ଦୋହଲାଇ ଦେବାରେ ସମର୍ଥ ହୋଇଥିଲା । ନେତାଜୀଙ୍କର ଏହି ପଦକ୍ଷେପକୁ ତତକାଳୀନ ବିଶ୍ଵର କିଛି ଦେଶ ସମର୍ଥନ କରିଥିଲେ । ଫଳରେ ଭାରତର ସ୍ଵାଧିନତା ପ୍ରାପ୍ତି ପ୍ରକ୍ରିୟା ଅଧିକ ତ୍ଵରାନ୍ଵିତ ହୋଇଥିଲା । ନେତାଜୀଙ୍କର ଏହି ମହାନ୍ ଆଦର୍ଶକୁ ପାଥେୟ କରି ଜନ ସାଧାରଣଙ୍କ ମଧ୍ୟରେ କ୍ରାନ୍ତିକାରୀ ଚେତନା ଜାଗ୍ରତ ନିମନ୍ତେ ଏକ କ୍ଷୁଦ୍ର ପ୍ରୟାସ କରୁଛି କଳାହାଣ୍ଡି ବିକାଶ ପରିଷଦ । ଚଳିତ ଡିସେମ୍ବର ୩୦ ତାରିଖରଠାରୁ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ବିକାଶ ପରିଷଦ ପକ୍ଷରୁ କ୍ରାନ୍ତି ଦିବସ ପାଳନ କରିବା ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି ।

ଏହି ଦିନ ଠାରୁ କ୍ରାନ୍ତିଯାତ୍ରା ଜିଲ୍ଲାର ୧୮ଟି ବ୍ଲକକୁ ଡକ୍ଟର ସୁନିତୀ ମୁଣ୍ଡ ପରିକ୍ରମା କରୁଛନ୍ତି । ଜନସାଧାରଣଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାର ଓ କର୍ତ୍ତବ୍ୟ ପ୍ରତି ସଚେତନ କରାଇବ । ଯେଉଁଥିରେ ସମସ୍ତେ ସକ୍ରିୟ ସହଭାଗିତା ଜଣେ ସଚେତନ ନାଗରିକ ଭାବରେ ଯୋଗଦେଇ ପାରିବେ । ଏହି ପରିପେକ୍ଷୀରେ ତା ୧୪/୦୧/୨୦୨୩ରିଖ ଶନି ବାର ଦିନ କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଳକ ଲଙ୍କେସ୍ୱରୀ ମନ୍ଦିର ଠାରୁ ବ୍ଲକ୍ ଅଫିସ୍ ପର୍ଯ୍ୟନ୍ତ ଏହି କ୍ରାନ୍ତି ଯାତ୍ରା ପରିକ୍ରମା କରିଥିଲେ । ଏହି କ୍ରାନ୍ତିଯାତ୍ରା କଲାହାଣ୍ଡି ବିକାଶ ପରିଷଦର ଅଧ୍ୟକ୍ଷା ଡ: ସୁନୀତି ମୁଣ୍ଡଙ୍କ ନେତୃତ୍ବରେ ଆୟୋଜିତ ହୋଇଥିଲା ।WhatsApp Image 2023 01 14 at 21.11.39 ଜୁନାଗଡ଼ ଠାରେ କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ କ୍ରାନ୍ତିଶୋଭା ଯାତ୍ରା

ପଦଯାତ୍ରା ରାଲିରେ ବିରଞ୍ଚି ପଣ୍ଡା, ବେଦ ପ୍ରକାଶ ଗୋୟେଲ , ପ୍ରବୀଣ ଗୋଏଲ, ପ୍ରମୋଦ ବେହେରା, କଇଳାସ ଖେମକା, ହେମନ୍ତ ପଂଡା, ଶିଶିର ପଟ୍ଟନାୟକ, ଉପେନ୍ଦ୍ର ପୁଝାରୀ, ପ୍ରମୋଦ ବଣିଆ, ଦୀପ୍ତି ଲୋଚନ ମୁଣ୍ଡ୍, ଶଶାଙ୍ଖ ଦାସ୍, ବବିତା ବାଗ, ଯୋଶବନ୍ତି ଧଂଗଡାମାଝୀ, ଦୀଲୀପ ଧଂଗଡାମାଝୀ, କୈଳାଶ ଚନ୍ଦ୍ର ଅଗ୍ରୱାଲ, ଚନ୍ଦନ ପାତ୍ର, ପଦ୍ମା ଶବର ପ୍ରମୁଖ ଶତାଧିକ କର୍ମୀ ଭାଗନେଇ ଥିଲେ ଜିଲ୍ଲାର ୧୮ଟି ବ୍ଲକର ,ଜନସାଧାରଣଙ୍କୁ ସାମ୍ବିଧାନିକ ଅଧିକାର ଓ କର୍ତ୍ତବ୍ୟ ପ୍ରତି ସଚେତନ କରିବାକୁ ଉପସ୍ଥିତ ଜନସାଧାରଣଙ୍କୁ ଡ. ମୁଣ୍ଡ୍ ଆହ୍ଵାନ ଦେଇଥିଲେ ।ଏହା ଆସନ୍ତା ଜାନୁୟାରୀ ୨୩ ତାରିଖରେ ଉଦଯାପିତ ହେବ ବୋଲି ବିକାଶ ପରିଷଦ ପକ୍ଷରୁ ସୁଚନା ମିଳିଛି ।ଏହି କ୍ରାନ୍ତିଯାତ୍ରାରେ ଜୁନାଗଡ ବ୍ଲକର ଅନେକ ବ୍ୟକ୍ତି ବିଶେଷ ସାମିଲ ହୋଇଥିଲେ ।