Friday, March 29, 2024

Top 5 This Week

Related Posts

ନିର୍ବନ୍ଧ ସାରି ଫେରୁଥିଲେ, ଓଲଟି ପଡ଼ିଲା ପିକ୍‌ଅପ୍‌ ଭ୍ୟାନ୍‌

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
କଣ୍ଟାବାଞ୍ଜି, (୧୪/୦୧) : ପୁଅର ନିର୍ବନ୍ଧ ସାରି ଝିଅ ଘରୁ ହସଖୁସିରେ ପିକ୍‌ଅପ୍‌ ଭ୍ୟାନରେ ଘରକୁ ଫେରୁଥିଲେ ପରିବାର ଲୋକେ ।

ହେଲେ ସେମାନଙ୍କ ସେହି ଖୁସି ବେଶି ସମୟ ରହି ନଥିଲା । ବାଟରେ ପିକ୍ଅପ୍‌ ଭ୍ୟାନ୍‌ଟି ରାସ୍ତାକଡ଼କୁ ଓଲଟି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ବୁଢ଼ୀପଦର ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତ ବ୍ୟକ୍ତି ଜଣଙ୍କ ହେଲେ ବୁଢ଼ୀପଦର ଗାଁ’ର ଗମ୍ଭୀର ଚଣ୍ଡୀ । ଆହତ ୫ଜଣଙ୍କୁ ସିନ୍ଧେକେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଗତକାଲି ବୁଢ଼ୀପଦର ଗାଁ’ର ଜଣେ ବ୍ୟକ୍ତିଙ୍କ ପୁଅର ବିବାହ ସିଲେଟପଡ଼ା ଗାଁ’ରେ ଠିକ୍ ହୋଇଥିଲା । ଗତକାଲି ନିର୍ବନ୍ଧ ଥିଲା ।

ଏଥିପାଇଁ ଗ୍ରାମବାସୀ ଓ ସର୍ମ୍ପକୀୟ ମାନେ ନିର୍ବନ୍ଧ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଏକ ପିକ୍‌ଅପ୍‌ ଭ୍ୟାନ୍‌ରେ ସିଲେଟପଡ଼ା ଯାଇଥିଲେ । ସିଲେଟପଡ଼ାରୁ ନିର୍ବଦ୍ଧ ସାରି ଗତକାଲି ଘରକୁ ଫେରୁଥିବା ବେଳେ ବୁଢ଼ୀପଦର ଗାଁ ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ଜଣ ଆହତ ହୋଇଥିଲେ । ପିକ୍‌ଅପ୍‌ ଭ୍ୟାନରେ ପ୍ରାୟ ଡ୍ରାଇଭର ସହ ୨୦ରୁ ଅଧିକ ଲୋକଥିଲେ । ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି ।

Popular Articles