ପାହାଡ଼ ଉପରେ ଚଢି ୟୁଟୁବରେ ପଢିବା ସମୟରେ ପଥର ଖସି ବାଳକ ମୃତ

0
351

ରିପୋର୍ଟ : ବଳରାମ ଶବର //
ରାୟଗଡା,ଗୁଣୁପୁର,(୧୮/୦୮) : ପାହାଡ଼ ଉପରେ ଚଢି ଅନଲାଇନ ପାଠ ପଢିବା ହେଲା କାଳ । ପୁଣି ଅନଲାଇନ୍ ରେ ପାଠ ପଢିବା ପାଇଁ ପହାଡ ଚଢି ଜଣକ ଜୀବନ ଗଲା । ମୋବାଇଲ୍ ନେଟୱର୍କ ନ ଥିବାରୁ ପାହାଡ଼ ଚଢି ପାଠ ପଢିବା ପାଇଁ ଯାଇଥିଲେ ଗ୍ରାମର କିଛି ପିଲା । ହଠାତ୍ ପାହାଡ଼ର ଏକ୍ ବିରାଟପଥର ଖସିଯାଇ ପିଲାର ଉପରକୁ ମାଡ଼ି ଚାଲି ଯାଇଥିଲା ।

ଏପରି ଏକ ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲା ପଦ୍ମପୁର ବ୍ଳକ୍ ନୂଆଗଡ ପଞ୍ଚାତୟର କାନ୍ଧପାଣ୍ଡରାଗୁଡା ଗ୍ରାମ ନିକଟସ୍ଥ ପାହାଡ଼ ଉପରେ ଚଢି ମୃତ ବାଳକ ଆନ୍ଦ୍ରିୟ ଜଗରଗା (୧୩ ବର୍ଷ) ଏକ ବିରାଟ ପଥରରେ ବସି ପାଠ ପଢୁଥିଲା ସେ କଟକ ମେସନେରୀ ସ୍କୁଲରେ ପାଠ ପଢୁଥିଲେ । ଗ୍ରାମକୁ ଠିକ୍ ସେ ମୋବାଇଲ ନେଟ୍ୱାର୍କ ଆସୁ ନଥିବା ଯୋଗୁ ପଥରରେ ଚଢି ଅନଲାଇନ କ୍ଳାସ ପାଠ ପଢୁଥିବା ସମୟରେ ସନ୍ଧ୍ୟା ୫ ଟା ସମୟରେ ପଥରଟି ପାହାଡ଼ ଉପରୁ ଧସି ଯାଇଥିଲା ।

ଯାହାଫଳରେ ପିଲାଟି ଉପରେ ଖସି ପଡିବାରୁ ଡାହାଣ ଗୋଡ ସଂପୂର୍ଣ ଭାବେ ଭାଙ୍ଗିଯାଇଛି । ଖବର ପାଇ ସଙ୍ଗେସଙ୍ଗେ ଅଗ୍ନିଶମ କର୍ମଚାରୀ ମାନେ ଘଟଣା ସ୍ଥଳକୁ ଯାଇ ପିଲାଟିକୁ ପଦ୍ମପୁର ମେଡ଼ିକାଲକୁ ଆଣିଥିଲେ। ପଦ୍ମପୁର ମେଡିକାଲରେ ଅବସ୍ଥା ଗୁରୁତର ହେବାରୁ ଡାକ୍ଟର ତାଙ୍କୁ ବ୍ରହ୍ମ୍ରପୁର ର୍ଏମକେସିଜି ମେଡିକାଲକୁ ସ୍ଥାନାନ୍ତର ସମୟରେ ମୃତ ହୋଇଥିବା ଜଣାପଡିଛି ।