Tuesday, March 19, 2024

Top 5 This Week

Related Posts

କାଚେରୀ ପଡିଆ ଠାରେ ବୌଦ୍ଧ ମହୋତ୍ସବ ଅନୁଷ୍ଠିତ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୧୨/୧) : ବହୁ ପ୍ରତିକ୍ଷୀତ ବୌଦ୍ଧ ଜିଲ୍ଲା ର ବୌଦ୍ଧ ମହୋତ୍ସବ ଆଜି ସ୍ଥାନୀୟ କାଚେରୀ ପଡିଆ ଠାରେ ଉଦଘାଟିତ ହୋଇଯାଇଛି ।WhatsApp Image 2023 01 13 at 07.30.49 କାଚେରୀ ପଡିଆ ଠାରେ ବୌଦ୍ଧ ମହୋତ୍ସବ ଅନୁଷ୍ଠିତ

କାଚେରୀ ପଡିଆ ଠାରେ ବୌଦ୍ଧ ମହୋତ୍ସବ ଅନୁଷ୍ଠିତ । ପ୍ରଥମେ ଭବ୍ୟ ସମ୍ବର୍ଦ୍ଧନା ସହିତ ଦିବ୍ୟ ଜ୍ୟୋତି ମଞ୍ଚକୁ ଜିଲ୍ଲାର ବିଭିନ୍ନ କଳାକାର ମାନଙ୍କ ଦ୍ୱାରା ନାମ, ସଂକୀର୍ତନ, ବ୍ୟାଣ୍ଡ ବାଜା, ହରିବୋଲ, ହୁଳହୁଳି ସହିତ ଅଣାଯିବା ପରେ ଅତିଥି ମାନଙ୍କ ଦ୍ୱାରା ମଞ୍ଚ ପୂଜାକାର୍ଯ୍ୟ ହୋଇଥିଲା । ଆଜିର କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପୂର୍ତ୍ତ ବିଭାଗ ମନ୍ତୀ ପ୍ରଫୁଲ୍ଲ ମଲ୍ଲିକ, ସମ୍ମାନିତ ଅତିଥି ଭାବେ ଜଙ୍ଗଲ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, କଣ୍ଟାମାଳ ବିଧାୟକ ମହୀଧର ରଣା, ଜିଲ୍ଲପାଳ ସତ୍ୟ ରଞ୍ଜନ ସାହୁ, ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା, ଆରକ୍ଷୀ ଅଧିକ୍ଷକ ପ୍ରଲ୍ଲାଦ ସହାୟ ମିନ୍ନା ଉପସ୍ଥିତ ରହିଥିଲେ ସମସ୍ତ ଅତିଥି ମାନଙ୍କୁ ଲୋକ ସୂଚନା ଅଧିକାରୀ ରିତାକାନ୍ତି ବଳିୟାରସିଂ ଉତ୍ତରୀୟ ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ ।

ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମା ସମଲେଶ୍ୱରୀ କଳା ବିକାଶ କେନ୍ଦ୍ର, ନରେନ୍ଦ୍ରପୁରା, ଗଞ୍ଜାମ ଯୋଡିଶଙ୍ଖ, ରଣପା, ସପ୍ତର୍ଷି ରାୟ ଏବଂ ସାଥି (ଶିବ ତାଣ୍ଡବ) ଓ ବାରବାରି ଡାନ୍ସ, ଘୁଙ୍ଗୁରୁ କଳା ପରିଷଦ, ବାଉଁସୁଣୀ ଘୁଡୁକି ନୃତ୍ୟ, ମୟୂରୀ, ଖଟଖଟିଆ ସମ୍ବଲପୁରୀ ଲୋକ ନୃତ୍ୟ, ଜବାହାର ନବୋଦୟ ବିଦ୍ୟାଳୟ ସ୍ୱାଗତ ସଂଗୀତ ପରିବେଷଣ କରିବା ସହିତ ଓଡିଶୀ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ । ସେଣ୍ଟ ଜାଭିୟର ବିଦ୍ୟାଳୟ ର ଛାତ୍ର, ଛାତ୍ରୀ ମାନେ ମେକ ଇନ ବୌଦ୍ଧ ସଂଗୀତ ପରିବେଷଣ କରିବା ସହିତ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ ।

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ର ଏନ. ଏସ. ଏସ. ଟ୍ରୁପ ଜାତୀୟ ପତାକା ଧରି ବୌଦ୍ଧ ମହୋତ୍ସବ ର ପଲ୍ଲିଶ୍ରୀ ମେଳା ପଡିଆ କୁ ପରିକ୍ରମା କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମ କୁ ରାଜ୍ୟ ଲୋକ କଳା ସଂସ୍କୃତି ସଙ୍ଘ ର ଉପ ସଭାପତି ଅବନି କୁମାର ମିଶ୍ର ଉଦଘୋଷକ ଭାବେ ଦାୟିତ୍ୱ ସମ୍ପାଦନ କରିଥିବା ବେଳେ ସ୍ୱତନ୍ତ୍ର ଭାରପ୍ରାପ୍ତ ଅଧିକାରୀ, ଉତ୍କଳ ସଂଗୀତ ମହାବିଦ୍ୟାଳୟ, ଭୁବନେଶ୍ୱର ଅମୀୟ କୁମାର ଧଳ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।

Popular Articles