ଯବାନଙ୍କ ଗୁଳିରେ ଯବାନ ଗୁରୁତର

0
105
ଯବାନଙ୍କ

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ମାଲକାନଗିରି, (୧୧/୦୧) : ଜଣେ ଯବାନଙ୍କ ବନ୍ଧୁକରୁ ଗୁଳି ଫୁଟି ଅନ୍ୟ ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି । ଏଭଳି ଘଟଣା ଘଟିଛି ମାଲକାନଗିରି ଏମଭି-୭୯ରେ ଅବସ୍ଥାପିତ ବିଏସଏଫ କ୍ୟାମ୍ପରେ ।

ଆହତ ଯବାନ ଜଣଙ୍କ ହେଲେ ଏନ୍ ପ୍ରକାଶ ନାରାୟଣ ଦେବ ରାଓ । ତାଙ୍କ ଘର ଆସାମରେ ବୋଲି ଜଣାଯାଇଛି । ପ୍ରକାଶଙ୍କ ପେଟରେ ଗୁଳି ବାଜିଛି । ତାଙ୍କୁ ଗୁରୁତର ଅବସ୍ଥାରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗତକାଲି ପ୍ରକାଶ ବିଏସଏଫ କ୍ୟାମ୍ପ ଭିତରେ ଘାସ ବାଛୁଥିଲେ । ଏହି ସମୟରେ କିଛି ଯବାନ ମାନେ କ୍ୟାମ୍ପ ଭିତରେ ଡ୍ୟୁଟି କରୁଥିଲେ । ହଠାତ୍ ଜଣେ ଯବାନଙ୍କ ବନ୍ଧୁକରୁ ଗୁଳି ଆସି ପ୍ରକାଶଙ୍କ ପେଟରେ ବାଜିଥିଲା । ତେବେ ଏହି ଘଟଣା କେଉଁ ପରିସ୍ଥିତିରେ ଘଟିଲା, ତାର କାରଣ ଜାଣିବାକୁ ବିଭାଗୀୟ ତଦନ୍ତ କରାଯାଉଛି ବୋଲି ବିଏସଏଫ୍ ଅଧିକାରୀ ସୂଚନା ଦେଇଛନ୍ତି । ପ୍ରକାଶଙ୍କ ପେଟରୁ ଅପରେସନ କରି ଗୁଳି ବାହାର କରାଯାଇଛି । ସେ ସୁସ୍ଥ ଥିବା ପ୍ରକାଶଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ।