୨୦୨୩ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଠାରେ ପ୍ରଧାନମନ୍ତ୍ରୀ ଆପ୍ପରେଣ୍ଟିସିପି ମେଳା ଅନୁଷ୍ଠିତ

0
229
୨୦୨୩

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୧୧/୦୧) : ଜିଲ୍ଲା ଶିଳ୍ପ ତାଲିମ ଅନୁଷ୍ଠାନ ରାୟଗଡ଼ା ଠାରେ ଗତ ୯/୧/୨୩ରିଖରେ ୨୦୨୩ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଠାରେ ପ୍ରଧାନମନ୍ତ୍ରୀ ଆପ୍ପରେଣ୍ଟିସିପି ମେଳା ଅନୁଷ୍ଠିତ ହୋଇଥିଲା ।

୨୦୨୩ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଠାରେ ପ୍ରଧାନମନ୍ତ୍ରୀ ଆପ୍ପରେଣ୍ଟିସିପି ମେଳାରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲାପାଳ ଶ୍ରୀଯୁକ୍ତ ଧର୍ମାନନ୍ଦ ବେହେରା, ମୁଖ୍ୟବକ୍ତା ଶ୍ରୀଯୁକ୍ତ ଆର ସି ମଣ୍ଡଳ, ଡେପୁଟି ଡାଇରେକ୍ଟ୍ରର, ଏନ ଏସ ଟି ଆଇ ଭୁବନେଶ୍ୱର, ଶ୍ରୀଯୁକ୍ତ ତତ୍ୱମସି ମହାପାତ୍ର ଜିଲ୍ଲା ନିୟୋଜନ ଅଧିକାରୀ, ଶ୍ରୀଯୁକ୍ତ ବସନ୍ତ ପ୍ରଧାନ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଏବଂ ଶ୍ରୀଯୁକ୍ତ ଏନ କୋଟିରତନମ ଡେପୁଟି ଡାଇରେକଟର, ଏମଏସଏମି ରାୟଗଡା ଯୋଗଦାନ ଦେଇଥିଲେ । ଅନୁଷ୍ଠାନ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅତୁଲ୍ୟ କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏଇ ମେଳାରେ ନିମନ୍ତ୍ରିତ ଅତିଥି ମାନେ ପ୍ରଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ । ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଧର୍ମାନନ୍ଦ ବେହେରା ରାୟଗଡା, ସ୍ଥାନୀୟ କମ୍ପାନୀ ମାନଙ୍କୁ ବହୁ ମାତ୍ରରେ ଆଇଟିଆଇ ଛାତ୍ର ଛାତ୍ରୀ ମାନଙ୍କୁ ଅଧିକ ପ୍ରୋତ୍ସାହନ ଦେବା ପାଇଁ ଅଭିଭାଷଣ ରଖିଥିଲେ ।

ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀଯୁକ୍ତ ତତ୍ୱାମସି ମହାପାତ୍ର ତାଙ୍କ ଅଭିଭାଷଣରେ ଦକ୍ଷତାର ସୁବିକାଶ ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟ ଅତିଥି ବୃନ୍ଦ ସେମାନଙ୍କର ମୂଲ୍ୟବାନ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ମେଳାରେ ୧୬୨ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ଏବଂ ଜିଲ୍ଲାର ପ୍ରାୟ ୦୮ ଗୋଟି କମ୍ପାନୀ ଯୋଗଦାନ କରି ୧୪୩ ଜଣ ଛାତ୍ର ଛାତ୍ରୀଙ୍କୁ ଚୟନ କରିଥିଲେ । ଅନୁଷ୍ଠାନର ତାଲିମ ଅଧିକାରୀ ଶ୍ରୀଯୁକ୍ତ ନିଶିକାନ୍ତ ଶର୍ମା ଧନ୍ୟବାଦ ଅର୍ପଣ କରିଥିବା ବେଳେ, ଶ୍ରୀ ସନ୍ତୋଷ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ ।