Thursday, March 28, 2024

Top 5 This Week

Related Posts

ବାରଣାସୀ ଉତ୍ସବ ଉଦଘାଟିତ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୦/୦୧) : ଗତ କାଲି ସ୍ଥାନୀୟ ବାରଣାସୀ ଉଚ୍ଚ ବିଦ୍ୟାଳୟ ପଡିଆରେ ବାରଣାସୀ ଉତ୍ସବ ଉଦଘାଟିତ ହୋଇଯାଇଛି ।

ବାରଣାସୀ ଉତ୍ସବ ଉଦଘାଟିତ ର ପ୍ରଥମ ଦିନର କାର୍ଯ୍ୟକ୍ରମ କୁ ଜିଲ୍ଲା ପରିଷଦ ସଭାପତି ଶ୍ରୀ ଗବରା ତିରୁପତି ରାଓ ଉଦଘାଟନ କରି କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ । ବ୍ଲକ ଅଧ୍ୟାକ୍ଷା ଶ୍ରୀମତୀ ଵାଲା ସାୟାମ୍ମା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବ ରେ ଏନ ଏ ସି ଅଧ୍ୟାକ୍ଷା ଶ୍ରୀମତୀ ଏମ ସୁଧାରାଣୀ, ଉପାଧ୍ୟକ୍ଷ ଶ୍ରୀ ରଘୁରାମ ସାହୁ ଥାନା ଅଧିକାରୀ ସୁଶାନ୍ତ ସାହୁ ସମ୍ନାନ୍ୱିତ ଅତିଥି ଭାବେ ଯୋଗ ଦେଇଥିଲେ ।

ବିଡ଼ିଓ ଶ୍ରୀ କପିଳେଶ୍ୱର ତାଣ୍ଡି ସ୍ୱାଗତ ଭାଷଣ ଦେଇଥିଲେ । ଏ ଇ ଶ୍ରୀ ବିଶ୍ୱନାଥ ମହାରଣା ଧନ୍ୟବାଦ ଦେଇଥିଲେ । କାଉନସିଲର କାଟିକି ରାମ ରାଓ, ହୃଷିକେଶ ଗୌଡ଼, ବିଭିନ୍ନ ପଞ୍ଚାୟତ ର ସରପଞ୍ଚ, ସାନିଟି ସଭ୍ୟସଭ୍ୟା, ଜିଲ୍ଲା ପରିଷଦ ଜୋନ ୧ ସଭ୍ୟା ରକମ ରାଜଲକ୍ଷ୍ମୀ ପ୍ରମୁଖ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଓ ବକ୍ତା ମାନେ ଏହି ଉତ୍ସବ ଲୋକ କଳା ଓ ସଂଶଜରିଟିକୁ ୟୁ୍ଜୀବିତ କରିବା ସହ ପ୍ରଚାର ଓ ପ୍ରସାର ର ଏକ ମାଧ୍ୟମ ବୋଲି ମତ ପ୍ରକାଶ କରିଛନ୍ତି ।

Popular Articles