ରାମେଶ୍ୱର ଘାଟ ରେ ଅନୁଷ୍ଠିତ ହେବ ଜିଲ୍ଲା ସ୍ତରୀୟ ବିଶ୍ୱ ହକି ମହାକୁମ୍ଭ ର ଉଦଘାଟନୀ ସମାରୋହ

0
110
ରାମେଶ୍ୱର

ରିପୋର୍ଟ : ପ୍ରେମାନନ୍ଦ ନାଏକ
ସୁବର୍ଣ୍ଣପୁର, (୧୦/୦୧) : ଚଳିତ ପୁରୁଷ ବିଶ୍ୱ ହକି ମହାକୁମ୍ଭ ଆସନ୍ତା ୧୩ ତାରିଖ ରୁ ଓଡ଼ିଶାର ଭୁବନେଶ୍ୱର ଓ ରାଉରକେଲା ଠାରେ ଆୟୋଜିତ ହେବାକୁ ଯାଉଛି । ରାମେଶ୍ୱର ଘାଟ ରେ ଜିଲ୍ଲା ସ୍ତରୀୟ ବିଶ୍ୱ ହକି ମହାକୁମ୍ଭ ର ଉଦଘାଟନୀ ସମାରୋହ ଅନୁଷ୍ଠିତ ।WhatsApp Image 2023 01 09 at 19.28.18 ରାମେଶ୍ୱର ଘାଟ ରେ ଅନୁଷ୍ଠିତ ହେବ ଜିଲ୍ଲା ସ୍ତରୀୟ ବିଶ୍ୱ ହକି ମହାକୁମ୍ଭ ର ଉଦଘାଟନୀ ସମାରୋହ

ଚଳିତ ବିଶ୍ଵହକି ଖେଳର ରଙ୍ଗାରଙ୍ଗ ଉଦଘାଟନୀ ଉତ୍ସବ କଟକ ବାରବାଟୀ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବା ସାଙ୍ଗକୁ ରାଜ୍ୟ ର ସମସ୍ତ ବର୍ଗ ର ଜନସାଧାରଣ ଙ୍କୁ ଉଦଘାଟନ ସମାରୋହରେ ସାମିଲ କରିବା ସହିତ ବହୁ ପ୍ରତିକ୍ଷୀତ ଏହି ବିଶେଷ କାର୍ଯ୍ୟକ୍ରମ କୁ ସମସ୍ତଙ୍କୁ ଉପଲବ୍ଧ କରାଇବା ନିମନ୍ତେ ରାଜ୍ୟ ର ସମସ୍ତ ଜିଲ୍ଲା ସଦର ମହକୁମା, ବ୍ଲକ ହେଡ଼କ୍ଵାଟର ଓ ପଞ୍ଚାୟତ ସ୍ଥରରେ ବିଶେଷ ଉଦଘାଟନୀ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଛି । ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଦ୍ୱାରା ଆସନ୍ତା ୧୧ତାରିଖ ଅପରାହ୍ନ ୫.୩୦ମିନିଟ ସମୟରେ ସୋନପୁର ସହର ସ୍ଥିତ ପବିତ୍ର ରାମେଶ୍ୱର ଘାଟ ଠାରେ ସଙ୍ଗମ ଆରତୀ, ଆତସ ବାଜି ସହ ଜିଲ୍ଲା ସ୍ତରୀୟ ହକି ବିଶ୍ୱକପ ର ଉଦଘାଟନୀ ସମାରୋହ ଅନୁଷ୍ଠିତ ହେବ ।

ତତ ସହିତ ଜିଲ୍ଲାର ସମସ୍ତ ଜନସାଧାରଣ ଙ୍କୁ ଏହି ବିଶେଷ ସମାରୋହ ରେ ସାମିଲ ସହ କାର୍ଯ୍ୟକ୍ରମ କୁ ଉପଲବ୍ଧ କରାଇବା ନିମନ୍ତେ ଜିଲ୍ଲାର ପ୍ରତି ବ୍ଲକ ହେଡ଼କ୍ଵାଟର ସହ ପଞ୍ଚାୟତ ସ୍ତରରେ ମଧ୍ୟ କାର୍ଯ୍ୟକ୍ରମ ର ପ୍ରସାରଣ ପ୍ରୋଜେକ୍ଟର /ଟିଭି /ଏଲ ଇ ଡି ମାଧ୍ୟମରେ ଉପଲବ୍ଧ କରାଯିବ । ଜିଲ୍ଲାର ସମସ୍ତ ବର୍ଗ ର ଜନସାଧାରଣ, ଜିଲ୍ଲାସ୍ତରୀୟ ଅଧିକାରୀ, ସମସ୍ତ ସରକାରୀ କର୍ମଚାରୀ, ବୁଦ୍ଧିଜୀବୀ, ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତ୍ତା ପ୍ରମୁଖ ଏହି କ୍ରୀଡା ମହାକୁମ୍ଭ ର ବିଶେଷ ଉଦଘାଟନ ଉତ୍ସବ ପରିପ୍ରେକ୍ଷୀରେ ଆୟୋଜିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ତଥା ବ୍ଲକ ଓ ପଞ୍ଚାୟତ ସ୍ତରୀୟ ବିଶେଷ ଉଦଘାଟନୀ ସମାରୋହ ରେ ଯୋଗଦାନ ପୂର୍ବକ ସାଫଲ୍ୟ କରିବାକୁ ଜିଲ୍ଲା ପ୍ରଶାସନ ତରଫରୁ ଅନୁରୋଧ କରାଯାଉଛି ।