Friday, March 29, 2024

Top 5 This Week

Related Posts

ବସ୍‌ ଧକ୍କାରେ କଲେଜ ଛାତ୍ରୀଙ୍କ ମୃତ୍ୟୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଢେଙ୍କାନାଳ, (୦୯/୦୧) : ବସ୍‌ ଧକ୍କାରେ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟିଛି । ଏହି ଦୁଃଖଦ ଘଟଣା ଘଟିଛି ଢେଙ୍କାନାଳର ଉପର ବାଘଲୁଣ୍ଡା ନିକଟରେ ।

ମୃତ ଛାତ୍ରୀଙ୍କ ନାଁ ଇପ୍‌ସିତା ବରାଳ । ତାଙ୍କ ଘର ବେଲପଡ଼ାରେ । ସେ ନିକଟସ୍ଥ ଏକ କଲେଜରେ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ପଢୁଥିଲେ । ଆଜି ସକାଳେ ଇପ୍‌ସିତା ତାଙ୍କ ଦାଦାଙ୍କ ସହିତ ସ୍କୁଟିରେ କଲେଜ ଯାଉଥିଲେ । ସେମାନେ ୫୫ ନମ୍ବର ଜାତୀୟ ରାଜପଥରେ ଯାଉଥିବା ବେଳେ ଉପର ବାଘଲୁଣ୍ଡା ନିକଟରେ ଏକ ବସ୍‌ ସେମାନଙ୍କୁ ଧକ୍କା ଦେଇଥିଲା।

ଇପ୍‌ସିତା ଓ ତାଙ୍କ ଦାଦାଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ତେବେ ସେଠାରେ ଇପ୍‌ସିତାଙ୍କୁ ମୃତ ଘୋଷଣା କରାଯାଇଥିଲା । ଏହି ଘଟଣା ପରେ ଇପ୍‌ସିତାଙ୍କ କଲେଜର ଛାତ୍ରଛାତ୍ରୀ ମାନେ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଫଳରେ ଶତାଧିକ ଗାଡ଼ି ଅଟକି ରହିଛନ୍ତି । ପୁଲିସ୍ ପହଞ୍ଚି ପିଲାମାନଙ୍କୁ ବୁଝାସୁଝା କରୁଛି ।

 

Popular Articles