ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ କାଶୀନଗର ଚମ୍ପିୟାନ

0
168
ଜିଲ୍ଲାସ୍ତରୀୟ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୭/୦୧) : କାଶୀନଗର ତାରିଖ ୦୭/୦୧/୨୩ ସମଂଗ୍ର ଜିଲ୍ଲାର ସ୍କୁଲ କଲେଜ ମାନଙ୍କରେ ଜିଲ୍ଲାସ୍ତରୀୟ କ୍ରୀଡା ଉତ୍ସବ ପ୍ରତିଯୋଗିତା କରାଯାଇ ଜିଲ୍ଲା ସ୍ତରରେ ଗାରବନ୍ଧ ଠାରେ ଫାଇନାଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଯୋଗିତା ରେ ଜିଲ୍ଲାର ସମସ୍ତ ସ୍କୁଲର କୃତକାର୍ଯ୍ୟ ହୋଇ ଥିବା ଦଳ ଭାଗ ନେଇଥିଲେ । କାଶୀନଗର କବାଡି ପ୍ରତିଯୋଗିତାରେ ଅଣ୍ଡର ୧୭ ଓ ଅଣ୍ଡର ୧୪ ରେ ଚାମ୍ପିୟନ ହୋଇଥିଲା । ସେଇପରି ଲଙ୍ଗ ଜାମ୍ପରେ ବାରଣାସୀ ହାଇସ୍କୁଲର ଛାତ୍ରୀ କାର୍ନାମ ତ୍ରିବେଣୀ ପ୍ରଥମ ସ୍ଥାନ ଅଧିକାର ହୋଇଛି । ହାଇ ଜାମ୍ପରେ ମସ୍ତିପାନ ଶବର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସିଆଳି ତୃତୀୟ ସ୍ଥାନ ଅଧିକାର କରିଛି । ଏହି ବିଜୟୀ ପ୍ରତିଯୋଗିମାନେ ରାଜ୍ୟ ସ୍ତରୀୟ କ୍ରୀଡାରେ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି । ଏହି କ୍ରୀଡା ଉତ୍ସବରେ ରେ ଶିକ୍ଷକ ମଧୁ କୁମାର ପାଡାଲା ଶ୍ରୀନିବାସ ରାଓ ରାମଯୋଗୁଲୁ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।