ହାଇଓ୍ୱା ସହ ଧକ୍କା ହୋଇ ରାସ୍ତାତଳକୁ ଓଲଟିଲା ବସ୍ : ୩୦ଆହତ

0
83
ହାଇଓ୍ୱା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, ୦୪/୦୧) : କଟକ-ଚାନ୍ଦବାଲି ରାସ୍ତାର ଛପୋଲିଆ ନିକଟରେ ଆଜି ସକାଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ୍‌କୁ ହାଇଓ୍ୱା ଧକ୍କା ଦେବାରୁ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତାତଳକୁ ଓଲଟି ପଡ଼ିଛି ।

ଦୁର୍ଘଟଣାରେ ୩୦ରୁ ଅଧିକ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୨ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତ ଆହତ ଯାତ୍ରୀଙ୍କୁ ଆଳି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆଜି ସକାଳେ ବସ୍‌ଟି ପ୍ରାୟ ୭୦ଜଣ ଯାତ୍ରୀଙ୍କୁ ନେଇ ଚାନ୍ଦବାଲିରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲା । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ହାଇଓ୍ୱା ବସ୍‌କୁ ଧକ୍କା ଦେଇଥିଲା । ପରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା । ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଯାତ୍ରୀ ମାନଙ୍କୁ ବସ୍‌ରୁ ଉଦ୍ଧାର କରିଥିଲେ । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ହେଲେ ହାଇଓ୍ୱା ଡ୍ରାଇଭର ଓ ହେଲପରଙ୍କର କିଛି ହୋଇ ନାହିଁ । ପୁଲିସ ଘଟଣାର ତଦନ୍ତ କରୁଛି ।